ସମ୍ବଲପୁର ବିଶ୍ଵବିଦ୍ୟାଳୟ ଯୁକ୍ତ ୩ ତୃତୀୟ ବର୍ଷ ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍ : ଆଜିର ପରୀକ୍ଷା ବାତିଲ୍

165

ସମ୍ବଲପୁର, ୧୪ ଜୁଲାଇ – ସମ୍ବଲପୁର ବିଶ୍ଵବିଦ୍ୟାଳୟରେ ଯୁକ୍ତ ୩ ତୃତୀୟ ବର୍ଷ ଏଜୁକେଶନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଛି । ଆଜି ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା କର୍ତୃପକ୍ଷ ସ୍ଵୀକାର କରିଛନ୍ତି । ସକାଳେ ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ଅରିଜିନାଲ୍ ପ୍ରଶ୍ନପତ୍ର ସହ ମେଳ ଖାଉଛି । ତେଣୁ ଆଜି ଅନୁଷ୍ଠିତ ହେବାକୁ ଥିବା ଏଜୁକେସନ ଅନର୍ସ ପରୀକ୍ଷାକୁ ବାତିଲ୍ କରାଯାଇଛି । ତେବେ କିପରି ଓ କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍ ହୋଇଛି ସେନେଇ ତଦନ୍ତ ହେବ । ଅଭିଯୁକ୍ତ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଥାନାରେ ଏତଲା କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରବର୍ତି ସମୟରେ କେବେ ଏହି ପରୀକ୍ଷା ହେବ ତାହା ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯିବ ବୋଲି କର୍ତୃପକ୍ଷଙ୍କ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.