ସମ୍ବଲପୁର,: ସମ୍ବଲପୁର ରେଳଷ୍ଟେସନ ଠାରୁ ଅଯୋଧ୍ୟା-ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍କୁ ଜିଲ୍ଲାପାଳ ସମ୍ବଲପୁର ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତିୟ । ଏହି ଶୁଭ ଅବସରରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପ୍ରତିନିଧି ଶୁଭଶ୍ରୀ ମିଶ୍ର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ, ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ସମ୍ବଲପୁର ମହାନଗର ନିଗମ ଆୟୁକ୍ତ ବେଦଭୂଷଣ, ରେଲୱେ ବାଣିଜ୍ୟକ ପ୍ରବନ୍ଧନ ଅଧିକାରୀ ଗାରିମା ତିୱାରୀ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ସଚିବ ବାଳମୁକୁନ୍ଦ ଭୂଷଣ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଦ୍ୱିତୀୟ ପର୍ଯ୍ୟାୟରେ ସମୁଦାୟ ୭୭୫ ଜଣ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ପାଇଁ ସୁଯୋଗ ପାଇଛନ୍ତି । ସୂଚନା ଅନୁଯାୟୀ ଏହି ଯୋଜନା ମାଧ୍ୟମରେ ସମ୍ବଲପୁର ରେଳଷ୍ଟେସନ ଠାରୁ ଅଯୋଧ୍ୟା-ବାରଣାସୀ ଅଭିମୁଖେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଟ୍ରେନ୍ରେ ସମ୍ବଲପୁର ଜିଲ୍ଲାରୁ ୧୧୦୨ ଯାତ୍ରୀ ସୁବର୍ଣ୍ଣପୁର-୫୨, ଦେଓଗଡ଼-୨୭, ଅନୁଗୁଳ- ୧୦୯ ଜଣ, ଝାରସୁଗୁଡ଼ା-୩୯, ସୁନ୍ଦରଗଡ଼-୧୮୦, ବଲାଙ୍ଗିର-୧୩୯, ବରଗଡ-୧୨୭ ଅଦ୍ୟାବଧି ୭୭୫ ଜଣ ଯାତ୍ରୀ ବରିଷ୍ଠ ନାଗରିକ, ଅଯୋଧ୍ୟା ଓ ବାରଣାସୀ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି । ଯାତ୍ରୀମାନଙ୍କ ପାଇଁ ଖାଦ୍ୟ, ପାନୀୟ, ଏବଂ ଆଶ୍ରୟସ୍ଥଳୀର ବ୍ୟବସ୍ଥା କରାଯାଇଛି ଏହା ସହିତ ସ୍ୱାସ୍ଥ୍ୟ ଜନିତ ସମସ୍ୟା ନିମନ୍ତେ ଏକ ଡାକ୍ତରୀ ଟିମ୍ ମଧ୍ୟ ଯାଇଛନ୍ତି ବୋଲି କହିଥିଲେ ।
Sign in
Sign in
Recover your password.
A password will be e-mailed to you.