ସଲମାନ ଖାନଙ୍କ ଗୀତ ମେଁ ଚଲାର ଟିଜର ରିଲିଜ୍

453

ନୂଆଦିଲ୍ଲୀ ୨୨।୦୧ : ବଲିଉଡ୍‌ର ଭାଇଜାନଙ୍କୁ କିଏ ବା ନ ଜାଣେ । ଭାଇଜାନ୍‌ ତଥା ସଲମାନ ଖାନ ନାଁ ଯେମିତି ତାଙ୍କ ପପୁଲାରିଟି ମଧ୍ୟ ସେମିତି । ଛୋଟରୁ ବଡ ଯାଏଁ ସମସ୍ତେ ତାଙ୍କ ଫ୍ୟାନ୍ । ସେ ବଲିଉଡ୍‌ର ମୋଷ୍ଟ ଏଲିଜିବଲ ବ୍ୟାଚଲର ଅଟନ୍ତି । ବହୁ ସମୟର ବ୍ୟବଧାନ ପରେ ସଲମାନଙ୍କର ‘ମେଁ ଚଲା’ର ଗୀତଟିର ଟିଜର ରିଲିଜ୍‌ ହୋଇଛି। ଏହାକୁ ନେଇ ବର୍ତ୍ତମାନ ସଲମାନ ସୋସିଆଲ୍‌ ମିଡିଆ ଆକାଉଣ୍ଟ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯାହାକୁ ଦେଖିଲା ପରେ ତାଙ୍କ ଫ୍ୟାନ୍ସମାନେ ଖୁବ୍‌ ଉତ୍ସାହିତ ଅଛନ୍ତି । ତେବେ ଏହି ୨୦ ସେକେଣ୍ଡର ଏହି ଟିଜର୍‌ରେ ସଲମାନଙ୍କ ବିଭିନ୍ନ ଲୁକ୍‌ ଦେଖିବାକୁ ମିଳିଛି । ମୁଣ୍ଡରେ ପଗଡ଼ି ବାନ୍ଧିଥିବାର ନଜର ଆସିଥିବା ବେଳେ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ପରିଚିତ ଚେହେରା ପ୍ରଜ୍ଞା ନଜର ଆସିଛନ୍ତି । ଭିଡିଓରେ ସେ ସଲ୍ଲୁଙ୍କ ସହ ରୋମାନ୍ସ କରୁଥିବା ଦେଖି ଯେମିତି ଲାଗୁଛି ଦୁହିଁଙ୍କ କେମେଷ୍ଟ୍ରି ଖୁବ୍‌ ଜମୁଛି । ପ୍ରଥମ ଥର ପାଇଁ ଉଭୟଙ୍କୁ ଦେଖି ଫ୍ୟାନ୍ସମାନେ ଖୁବ୍‌ ଖୁସି ଅଛନ୍ତି । ଏହି ଗୀତଟିର ଟିଜର ରିଲିଜ୍‌ ହେବା ସହ ହିଟ୍‌ ମଧ୍ୟ ହୋଇଗଲାଣି । କାହିଁକି ନା ୨୦ ମିନିଟ୍‌ ଭିତରେ ୩ ଲକ୍ଷରୁ ଅଧିକ ଦେଖି ସାରିଥିବା ବେଳେ ଖୁବ୍‌ ଲାଇକ୍‌ ସେୟାର ମିଳିଛି । ଏହି ଗୀତଟିକୁ କଣ୍ଠଶିଳ୍ପୀ ଗୁରୁ ରନ୍ଧୱା ସହ ଲୁଲିଆ ବଣ୍ଟୁର ମଧ୍ୟ ଗାଇଛନ୍ତି । ଅନ୍ୟପଟେ ସଲମାନଙ୍କ କାମ ବିଷୟରେ କହିବା ଗଲେ ତାଙ୍କର କ୍ୟାଟ୍ରିନାଙ୍କ ସହ ଅପକମିଂ ଫିଲ୍ମରେ ନଜର ଆସିବେ ଯେଉଁଥିରେ ଇମ୍ରାନ୍‌ ହାସମିଙ୍କୁ ମଧ୍ୟ ଦେଖିବାକୁ ମିଳିବ । ସେହିଭଳି କିକ୍‌-୨, ପବନ ପୁତ୍ର ଭାଇଜାନ୍‌ ସହ ନୋ ଏଣ୍ଟ୍ରିର ସ୍ବିକେଲ ମଧ୍ୟ ସାମିଲ୍‌ ଅଛି ।

Leave A Reply

Your email address will not be published.