ସାଧାରଣ ଲୋକଙ୍କୁ ପଡିଛି ଡବଲ ମହଙ୍ଗା ମାଡ

207

ଡୁମାଣୀ ଟିଭି ,୨୯/୩ : ସାଧାରଣ ଲୋକଙ୍କୁ ପଡିଛି ଡବଲ ମହଙ୍ଗା ମାଡ଼ । ପେଟ୍ରୋଲ-ଡିଜେଲ ପରେ ଏବେ ଡାଲି ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ସମସ୍ୟାକୁ ଆହୁରି ବଢ଼ାଇଦେଇଛି । ବର୍ତ୍ତମାନ ଡାଲି ଦର କିଲୋ ପିଛା ୧୦୫ରୁ ୧୧୦ ଟଙ୍କାରେ ପହଞ୍ଚିଛି । ଏହା ଗୋଟିଏ ମାସ ପୂର୍ବରୁ ୯୫ରୁ ୧୦୦ ଟଙ୍କା ଭିତରେ ଥିଲା ।ହୋଲସେଲ ଏବଂ ଛୋଟ ବ୍ୟବସାୟୀଙ୍କ ଅନୁସାରେ, ଆଗାମୀ ଦିନରେ ଡାଲି ମୂଲ୍ୟ ହ୍ରାସ ହେବାର ସମ୍ଭାବନା କମ୍ ରହିଛି । ମହାରାଷ୍ଟ୍ରରୁ ନୂଆ ଫସଲର ଆଗମନ ଆରମ୍ଭ ହୋଇଛି, କିନ୍ତୁ ଏହା ପରେ ବି ମୂଲ୍ୟରୁ ଆଶ୍ୱସ୍ତି ମିଳୁନାହିଁ । ମହାରାଷ୍ଟ୍ରରୁ ନୂଆ ଫସଲର ଆଗମନ ଫେବୃଆରୀ-ମାର୍ଚ୍ଚ ମାସରେ ଆରମ୍ଭ ହୋଇଛି ।ଗୋଲବାଜର ହୋଲସେଲ ବ୍ୟାବସାୟୀ ସଂଘର ସଭାପତି ଦୀନେଶ ସାହୁ କହିଛନ୍ତି ଯେ, ଏଥର ଡାଲି ଦରରେ ଆଶ୍ୱସ୍ତି କମ୍ ରହିଛି । ନୂଆ ଫସଲ ପରେ ବି ଦାମକୁ ନେଇ ଲୋକମାନେ ଆରାମ ପାଇନାହାଁନ୍ତି । ଏବେ ଡିସେମ୍ବର-ଜାନୁୟାରୀ ମାସରେ ନୂତନ ଫସଲ ଆସିବା ପରେ ରିଲିଫ୍ ଆଶା କରାଯାଉଛି । ଅନ୍ୟପଟେ ଆଉ କିଛି ବ୍ୟବସାୟୀମାନେ କହିଛନ୍ତି ଯେ, ଛତିଶଗଡରେ ଡାଲି ଉତ୍ପାଦନ ବହୁତ କମ୍ ରହିଛି । ଏଭଳି ପରିସ୍ଥିତିରେ ଛତିଶଗଡରେ ଡାଲିର ଚାହିଦା ପୂରଣ କରିବା ପାଇଁ ହୋଲସେଲରମାନଙ୍କୁ ମହାରାଷ୍ଟ୍ର ଉପରେ ନିର୍ଭର କରିବାକୁ ପଡିବ । ତେବେ ଗତ ବର୍ଷ ଡାଲିର ମୂଲ୍ୟ କିଲୋଗ୍ରାମ ପିଛା ୭୫ ରୁ ୯୦ ଟଙ୍କା ମଧ୍ୟରେ ଥିଲା ।ଏହା ସହ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସ ମଧ୍ୟ ତାର ମୂଲ୍ୟ ବଢ଼ାଇବ ବୋଲି କହିଛି । ଚଳିତ ବର୍ଷ ଜାନୁଆରୀ ମାସରେ ସବ୍ସସ୍କ୍ରି୍ସନ୍ର ମୂଲ୍ୟ ବଢ଼ାଇବା ନେଇ ଘୋଷଣା କରିଥିଲା କମ୍ପାନୀ । ହେଲେ ନୂଆ ମୂଲ୍ୟ ଲାଗୁ କରି ନଥିଲା । ଏବେ ନୂଆ ମୂଲ୍ୟ ଲାଗୁ କରିବ ବୋଲି ସୂଚନା ମିଳିଛି । ତେବେ କାନାଡ଼ା ଓ ଆମେରିକାର କମ୍ପାନୀ ପୂର୍ବରୁ ପ୍ଲାନ୍ର ମୂଲ୍ୟ ବୃଦ୍ଧି କରିସାରିଛି ।

ଆମେରିକାରେ ପ୍ଲାନ୍ର ମୂଲ୍ୟ ୧୯.୯୯ ଡଲାର କରିଦେଇଛି (ପାଖାପାଖି ୧୫୨୦ ଟଙ୍କା) ରହିଛି । ଟପ୍ ଟିୟର ୪ଳ ପ୍ଲାନ୍ ପାଇଁ ଏହି ମୂଲ୍ୟ ରହିଛି । ଭାରତରେ ଏହି ପ୍ଲାନ୍ର ମୂଲ୍ୟ ବର୍ତ୍ତମାନ ୬୪୯ ରହିଛି । କମ୍ପାନୀ ଏବେ ଏହି ପ୍ଲାନ୍ର ମୂଲ୍ୟ ବଢ଼ାଇ ଦେଇଛି । ବେସିକ୍ ପ୍ଲାନ୍ର ମୂଲ୍ୟ ଆମେରିକାରେ ମାସକୁ ୮.୯୯ ଡଲାରୁ ୯.୯୯ ଡଲାର କରିଦିଆ ଯାଇଛି । ସେହିରି ଷ୍ଟାଣ୍ଡାର୍ଡ ପ୍ଲାନ୍ର ମୂଲ୍ୟ ୧୩.୯୯କୁ ୧୫.୪୯ ପ୍ରତି ଡଲାର କରିଦିଆ ଯାଇଛି । ଭାରତୀୟ ଟଙ୍କାରେ ଏହି ମୂଲ୍ୟକୁ ହିସାବ କଲେ ନେଟ୍ଫ୍ଲିକ୍ସ ବେସି୍କ ପ୍ଲାନ୍ର ମୂଲ୍ୟ ମାସକୁ ୭୬୦କୁ ବୃଦ୍ଧି କରିଥିବା ବେଳେ ଷ୍ଟାଣ୍ଡାର୍ଡ ପ୍ଲାନ୍ର ମୂଲ୍ୟ ୧୧୮୦ ଟଙ୍କା କରିଦେଇଛି । ହେଲେ ଭାରତରେ କିନ୍ତୁ ନେଟ୍ଫ୍ଲିକ୍ସ ପ୍ଲାନ୍ର ମୂଲ୍ୟ ଆମେରିକା ତୁଳନାରେ କମ୍ ରହିଛି । ଏଠାରେ ବର୍ତ୍ତମାନ ନେଟଫ୍ଲିକ୍ସରେ ବେସିକ୍ ପ୍ଲାନ୍ର ମୂଲ୍ୟ ୧୯୯ ରହିଥିବା ବେଳେ ଷ୍ଟାଣ୍ଡାର୍ଡ ପ୍ଲାନ୍ର ମୂଲ୍ୟ ୪୯୯ ରହିଛି ।

Leave A Reply

Your email address will not be published.