ସାମାଜିକ ବିଶୃଙ୍ଖଳା କୁ ନେଇ ବର୍ଷା-ଟୁଙ୍ଗୁରୁ ବିରୁଦ୍ଧରେ ଥାନାରେ ଏତଲା

164

ସାମାଜିକ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୋଗକୁ ନେଇ ବର୍ଷା ଏବଂ ଟୁଙ୍ଗୁରୁ ନା ରେ ଥାନାରେ ଏତଲା ଦିଆଯାଇଛି । ସେମାନଙ୍କର ପ୍ରେମ ନାଟକ ସମାଜର ଲୋକମାନଙ୍କ ଉପରେ କୁପ୍ରଭାବ ପକାଉଛି ବୋଲି ଲୋକଙ୍କ ଅଭିଯୋଗ ଜୋର ଧରିଛି । ଯାହାଫଳରେ ଏବେ ସୋଲିଆଲ ମିଡିଆରେ ସେଲିବ୍ରିଟି ସାଜିଥିବା ଟୁଙ୍ଗୁରୁ ଏବଂ ବର୍ଷାଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଛନ୍ତି ‘ବିଶ୍ୱାସ’ ନାମକ ଏକ ସାମାଜିକ ସଂଗଠନ । ତେବେ ମଙ୍ଗଳବାର କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ଥାନା ଅଧିକାରୀଙ୍କୁ ଏନେଇ ଅଭିଯୋଗ କରାଯାଇଥିବା ବେଳେ ସୋସିଆଲ ମିଡିଆରେ ଏହି ଖବର ସବୁ କୁ ପ୍ରଭାବ ପକାଉଛି ବୋଲି ଏତଲା ରେ ଦର୍ଶାଯାଇଛି । ଏହା ବ୍ୟତିତ ଗ୍ରାମାଂଚଳର ଝିଅ ବହୁ ମାନେ ଅଟୋରେ ଯାତାୟତ କରିବା ପାଇଁ ଡରୁଛନ୍ତି । ରାସ୍ତାରେ ଏନେଇ ସେମାନଙ୍କୁ କମେଂଟ କରାଯାଉଛି ବୋଲି ମଧ୍ୟ ଅଭିଯୋଗ ହୋଇଛି ।

Leave A Reply

Your email address will not be published.