ଭୁବନେଶ୍ବର: ସ୍କାଏ କିଙ୍ଗ ଟଙ୍କା ଜାଲିଆତି ଘଟଣାରେ ୪ ଦିନିଆ ରିମାଣ୍ଡରେ ନେଇ ଆକାଶ ପାଠକଙ୍କୁ ପଚରାଉଚରା କରିଛି କମିନରେଟ ପୁଲିସ। ଆଜି ରିମାଣ୍ଡର ଶେଷ ଦିନ।ରିମାଣ୍ଡ ସରିବା ପରେ ଆସନ୍ତାକାଲି ଆକାଶ ପାଠକଙ୍କୁ କୋର୍ଟରେ ହାଜର କରାଯିବ। ତେବେ ଖାରବେଳନଗର ଥାନାରେ ଯେଉଁ ମାମଲା ହୋଇଥିଲା, ସେ ନେଇ ଅଧିକ ତଥ୍ୟ ପ୍ରମାଣ ସଂଗ୍ରହ କରିବାକୁ ଆକାଶଙ୍କୁ ରିମାଣ୍ଡରେ ନେଇଥିଲେ।
ଯେଉଁ ଉଦ୍ଦେଶ୍ୟରେ ଆକାଶଙ୍କୁ ରିମାଣ୍ଡରେ ନିଆଯାଇଥିଲା, ତାହା ବହୁ ପରିମାଣରେ ସଫଳ ହୋଇଛି ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।ସେ କହିଛନ୍ତି ଯେ ଆକାଶ ପାଠକଙ୍କଠାରୁ ବହୁ ଗୁରୁତ୍ତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ମାମଲାର ତଦନ୍ତ ଅଗ୍ରସର ହୋଇଛି। ଖୁବ ଶୀଘ୍ର ମାମଲାଟି ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିବ ବୋଲି ଡିସିପି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.