ସ୍ବେଚ୍ଛାସେବୀ ଦୁଇ ଯୁବକ ହେଲେ ପୁରସ୍କୃତ

679
ରାୟଗଡା: ଏକ ମାସ ଧରି ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ର ଉଦଯାପିତ ଉତ୍ସବରେ ରାୟଗଡା ଜିଲ୍ଲାର ୩୨ଜଣ ସ୍ବେଚ୍ଛାସେବୀ ଯୁବକଙ୍କୁ ପୁରସ୍କୃତ କରାଯାଇଛି ।୩୨ଜଣ ମଧ୍ୟରୁ ଚାନ୍ଦିଲି ଥାନା ଜେ କେ ପୁର ଅଞ୍ଚଳରୁ ଯୋଗେଶ ପେଦେଣ୍ଟି ଓ କୋତାପେଟା ର ମନୋଜ କୁମାର ସାହୁ ଦୁଇ ଯୁବକଙ୍କୁ ପୁରସ୍କୃତ କରାଯାଇଥିଲା ।ପ୍ରକାଶ ଥାଉକି ଚାନ୍ଦିଲି ଥାନା ଅଞ୍ଚଳରେ ଯେ କୌଣସି ସ୍ଥାନରେ ଦୁର୍ଘଟଣା ଖବର ପାଇବା କ୍ଷଣି ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରି କିପରି ସୁରକ୍ଷିତ ଭାବେ ଚିକିତ୍ସାଲୟ ଭର୍ତ୍ତି ହେବେ ସେଥି ପାଇଁ ସତଚେଷ୍ଟା  କରନ୍ତି ଏହି  ଦୁଇ ଯୁବ ସ୍ବେଛାସେବୀ ।ସେହିପରି ଅଚିହ୍ନା ବ୍ୟକ୍ତି ଙ୍କ ଶବ କୁ ଉଦ୍ଧାର କରି ଦାହ କାର୍ଯ୍ୟ ସମାପନ କରିବା ରେ ଅଞ୍ଚଳରେ ବେଶ ପରିଚିତ ।ଏଥିସହ ବିଭିନ୍ନ ସ୍ୱେଚ୍ଛାସେବୀ କାମ କରିବା ତାଙ୍କର ଲକ୍ଷ ।କୋଉଠି ଅଘଟଣ ଘଟିଲେ ତୁରନ୍ତ ପୋଲିସ କୁ ଖବର ଦେଇ ସମସ୍ୟାର ସମାଧାନ କରିବା ଯୋଗେଶ ଓ ମନୋଜ  କାର୍ଯ୍ୟ ।ଜିଲ୍ଲା ସ୍ତରୀୟ ଏହି ସଡକ ସୁରକ୍ଷା ଉଦଯାପିତ କାର୍ଯ୍ୟକ୍ରମ   ରେ ଜିଲ୍ଲାପାଳ ସୋରଜ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା  ଅତିଥି ଭାବେ ଯୋଗ ଦେଇ ସ୍ୱେଚ୍ଛାସେବୀ ମାନଙ୍କୁ ନଗଦ ୨ହଜାର ଟଙ୍କା ସହ ମାନ ପତ୍ର ଦେଇ ସଂମାନିତ କରି ଥିଲେ ।
Leave A Reply

Your email address will not be published.