ହୁ ହୁ ବଢ଼ୁଛି ପିଆଜ ଦର : ସକାଳେ ୭୦, ସନ୍ଧ୍ୟାରେ ୮୦; ଚିନ୍ତାରେ ଖାଉଟି

676

ପିଆଜ ଦର ପୁଣି ବୃଦ୍ଧି ପାଇଛି । ବୁଧବାର ସନ୍ଧ୍ୟାରୁ ପାଇକାରୀ ବଜାରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କାକୁ ଛୁଇଁଛି । ତେଣୁ ବୁଧବାର ଦିନ ସାରା ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଦରରେ ବିକ୍ରି ହେଉଥିବା ପିଆଜ ସନ୍ଧ୍ୟାବେଳକୁ ୮୦ ଟଙ୍କା ହୋଇଯାଇଛି । ଗୁରୁବାରଠାରୁ ଏହି ଦର ୯୦ ଟଙ୍କା ଛୁଇଁବା କିଛି ଅସମ୍ଭବ ନୁହେଁ ବୋଲି ବେପାରୀମାନଙ୍କଠାରୁ ସୂଚନା ମିଳିଛି ।

ମହାରାଷ୍ଟ୍ରରୁ ପିଆଜ ଆମଦାନି ହ୍ରାସ ପାଇନଥିଲେ ହେଁ ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକରେ ନୂଆ ପିଆଜ ଅମଳ ବିଳମ୍ବିତ ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଚଳିତ ମାସ ପ୍ରଥମ ସପ୍ତାହରେ ଖୁଚୁରା ବଜାରରେ କିଲୋ ୪୦ ଟଙ୍କା ଥିବା ପିଆଜ ହୁ ହୁ ହୋଇ ବଢ଼ି ବଢ଼ି ଏବେ ଦୁଇ ଗୁଣା ଦରରେ ପହଞ୍ଚିଛି । କେବଳ ମହାରାଷ୍ଟ୍ର ପିଆଜ ଉପରେ ନିର୍ଭର କରିବାକୁ ପଡ଼ୁଥିବାରୁ ଏଭଳି ଦରବୃଦ୍ଧି ଘଟୁଛି ବୋଲି କୁହାଯାଉଛି । ତେଣୁ ଆଗକୁ ପିଆଜ ଦର ଆହୁରି ବଢ଼ିବ ।

Content Copy @ Kanak News

Leave A Reply

Your email address will not be published.