ହୋଣ୍ଡା ୨ହ୍ୱିଲର୍ସ ପକ୍ଷରୁ ପ୍ରିିମିୟମ୍ ମୋଟରସାଇକଲ୍ ବ୍ୟବସାୟ ବିଗ୍ ୱିଙ୍ଗ୍ର ସମ୍ପ୍ରସାରଣ
ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ (ଏଚ୍ଏମଏସ୍ଆଇ) ପକ୍ଷରୁ ସ୍ୱତନ୍ତ୍ର ପ୍ରିମିୟମ୍ ମୋଟରସାଇକଲ୍ ବ୍ୟବସାୟ ନେଟ୍ୱର୍କ ବିଗ୍ ୱିଙ୍ଗ୍ର ସମ୍ପ୍ରସାରଣ କରାଯାଇଛି । ମୁମ୍ବାଇ ଓ ବେଙ୍ଗାଲୁରୁ ଭଳି ଦୁଇଟି ନୂଆ ସହରରେ ବିଗ୍ ୱିଙ୍ଗ୍ ଟପ୍ଲାଇନ୍କୁ ଉନ୍ମୋଚନ କରାଯାଇଛି । ଏହା ହେଉଛି କଂପାନିର ସ୍ୱତନ୍ତ୍ର ସେଲସ୍ ଓ ସର୍ଭିସ୍ ବ୍ୟବସ୍ଥା ଯେଉଁଥିରେ କଂପାନିର ପ୍ରିମିୟମ୍ ମୋଟରସାଇକଲ୍ (୩୦୦-୧୮୦୦ସିସି)ର ବିକ୍ରି ଓ ସର୍ଭିସିଂ କରାଯିବ । ଏହି ଉତ୍ସବ ଋତୁରେ ହୋଣ୍ଡା ପକ୍ଷରୁ ହାଇନେସ୍ ସିବି ୩୫୦ ଉପରେ ୪୩ ହଜର ଟଙ୍କା ପର୍ଯ୍ୟ”ର ଲାଭ ବିଷୟରେ ଘୋଷଣା କରାଯାଇଛି । ସୀମିତ ସମୟ ପାଇଁ ଗାଡ଼ିର ଅନ୍-ରୋଡ୍ ମୂଲ୍ୟ ଉପରେ ୧୦୦% ଫାଇନାନ୍ସ ସୁବିଧା ପ୍ରଦାନ କରାଯାଇଛି । ଗ୍ରାହକମାନେ ୫.୬% ଭଳି କମ୍ ସୁଧରେ ଫାଇନାନ୍ସ ପାଇପାରିବେ । ହୋଣ୍ଡା୍ ବିଗ୍ ୱିଙ୍ଗ୍ ଟପ୍ଲାଇନ୍କୁ ଗତବର୍ଷ ହରିୟାଣାର ଗୁରୁଗ୍ରାମରେ ଉଦଘାଟନ କରାଯାଇଥିଲା । ପଶ୍ଚିମ ଓ ଦକ୍ଷିଣ ଭାରତର ଗ୍ରାହକଙ୍କ ପାଇଁ ଦୁଇଟି ନୂଆ ମେଟ୍ରୋ ସହର ମୁମ୍ବାଇ ଓ ବେଙ୍ଗାଲୁରୁରେ ଏହି ନେଟ୍ୱର୍କର ସମ୍ପ୍ରସାରଣ କରାଯାଇଛି । ହୋଣ୍ଡାର ସମସ୍ତ ପ୍ରିମିୟମ୍ ମୋଟରସାଇକଲ୍ ହାଇନେସ୍ ସିବି ୩୫୦, ସିବିଆର୧୦୦୦ଆରଆର-ଆର ଫାୟାରବ୍ଲେଡ୍, ୨୦୨୦ ସିବିଆର୧୦୦୦-ଆରଆର-ଆର ଫାୟାରବ୍ଲେଡ୍ ଏସ୍ପି, ୨୦୨୦ ଆଫ୍ରିକା ଟ୍ୱିନ୍ ଆଡଭେଂଚର ସ୍ପୋର୍ଟସ୍ ଆଦି ଏହି ନେଟ୍ୱର୍କରେ ଉପଲବ୍ଧ ହେବ । ଏ ସମ୍ପର୍କରେ ଶ୍ରୀଯୁକ୍ତ ୟଦବିନ୍ଦର ସିଂହ ଗୁଲେରିଆ, ନିର୍ଦେଶକ, ବିକ୍ରି ଓ ମାର୍କେଟିଂ, ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ କହିଛ”ି ଯେ, “ଚଳିତ ବର୍ଷ ସେପ୍ଟେମ୍ବରରେ ଆମର ସଦ୍ୟତମ ବିଶ୍ୱସ୍ତରୀୟ ମୋଟରସାଇକଲ୍ ହାଇନେସ୍ ସିବି ୩୫୦କୁ ନୂଆ ଉତ୍ସାହ ସହିତ ମଧ୍ୟମ ବର୍ଗର ମୋଟରସାଇକଲ୍ ଚାଳକଙ୍କ ପାଇଁ ଉନ୍ମୋଚନ କରାଯାଇଥିଲା ଓ ପ୍ରାରମ୍ଭିକ ପ୍ରତିକ୍ରିୟା ବହୁତ ଭଲ ରହିଛି । ଆମର ପରବର୍ତୀ ପଦକ୍ଷେପ ହେଉଛି ଗ୍ରାହକମାନଙ୍କୁ ବିଲୀନ ହୋଇଯିବା ଭଳି ଅନୁଭୂତି ପ୍ରଦାନ କରିବା ପାଇଁ ହୋଣ୍ଡାର ସ୍ୱତନ୍ତ୍ର ପ୍ରିମିୟମ୍ ମୋଟରସାଇକଲ୍ ନେଟ୍ୱର୍କ ହୋଣ୍ଡା ବିଗ୍ୱିଙ୍ଗ୍କୁ ସମ୍ପ୍ରସାରଣ କରିଛୁ । ହୋଣ୍ଡାର ପ୍ରିମିୟମ୍ ମୋଟରସାଇକଲ୍ ବର୍ଗ ବିଗ୍ ୱିଙ୍ଗ୍ ଟପ୍ଲାଇନ୍କୁ ବେଙ୍ଗାଲୁରୁ ଓ ମୁମ୍ବାଇରେ ଉଦଘାଟନ କରି ଆମେ ଗର୍ବିତ ।