୧୫ଟି ଦେଶର ଅର୍ଥନୀତି ଭାରତଠାରୁ ତୀବ୍ର ଗତିରେ ବୃଦ୍ଧି ପାଉଛ

99

ନୂଆଦିଲ୍ଲୀ, : ଭାରତ ହେଉଛି ବିଶ୍ୱର ବୃହତ ଦେଶଗୁଡ଼ିକ ମଧ୍ୟରେ ସବୁଠାରୁ ଦ୍ରୁତ ବୃଦ୍ଧି ପାଉଥିବା ଅର୍ଥନୀତି । କିନ୍ତୁ ଯଦି ଆମେ ଛୋଟ ଦେଶଗୁଡ଼ିକୁ ମଧ୍ୟ ଅନ୍ତର୍ଭୁକ୍ତ କରୁ, ତେବେ ଚଳିତ ବର୍ଷ ୧୫ଟି ଦେଶର ଅର୍ଥନୀତି ଭାରତଠାରୁ ତୀବ୍ରତର ଗତିରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ଦେଶଗୁଡ଼ିକ ମଧ୍ୟରେ ଅନେକ ଏପରି ଅଛନ୍ତି ଯାହାଙ୍କ ନାମ ମାନଚିତ୍ରରେ ଖୋଜିବା ସହଜ ନୁହେଁ । ଆଇଏମଏଫ ଅନୁସାରେ, ଭାରତର ଅର୍ଥନୀତି ଚଳିତ ବର୍ଷ ୬.୨ ପ୍ରତିଶତ ହାରରେ ବୃଦ୍ଧି ପାଇବ । ଭାରତ ହେଉଛି ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତି, ଯାହା ଆମେରିକା, ଚୀନ, ଜର୍ମାନୀ ଏବଂ ଜାପାନ ଠାରୁ ପଛରେ ରହିଛି । ଆଇଏମଏଫ ଅନୁସାରେ, ଚଳିତ ବର୍ଷ ସାଉଥ ସୁଦାନର ଅର୍ଥନୀତି ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଇବୟ କିଛି ବର୍ଷ ପୂର୍ବେ ସୁଦାନ ଠାରୁ ଅଲଗା ହୋଇଥିବା ସାଉଥ ସୁଦାନର ଅର୍ଥନୀତି ଏହି ବର୍ଷ ୨୭.୨ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଦ୍ୱିତୀୟ ସ୍ଥାନରେ ରହିଛି ଗୁୟାନା । ଏହି କାରିବିୟାନ ଦେଶର ଜିଡିପି ୧୪.୪ ପ୍ରତିଶତ ହାରରେ ବୃଦ୍ଧି ପାଇପାରେ । କିଛି ବର୍ଷ ପୂର୍ବେ ଗୁୟାନାରେ ଏକ ବୃହତ ତୈଳ ଭଣ୍ଡାର ଆବିଷ୍କୃତ ହୋଇଥିଲା, ଯାହା ପରେ ଏହି ଦେଶର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ତୃତୀୟ ସ୍ଥାନରେ ରହିଛି ଆଫ୍ରିକୀୟ ଦେଶ ଲିବିୟା (୧୩.୭ ପ୍ରତିଶତ) । ସେନେଗାଲର ଅର୍ଥନୀତି ଚଳିତ ବର୍ଷ ୯.୩ ପ୍ରତିଶତ ହାରରେ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହା ପରେ ରହିଛନ୍ତି ପାଲାଉ (୮.୫%), ସୁଦାନ (୮.୩%), ଉଗାଣ୍ଡା (୭.୫%), ନାଇଜର (୭.୩%), ମାକାଉ (୭.୩%), ଭୁଟାନ (୭.୨%), ମଙ୍ଗୋଲିଆ (୭%), ଜାମ୍ବିଆ (୬.୬%), ବେନିନ (୬.୫%), ଇଥିଓପିଆ (୬.୫%) ଏବଂ ରୁୱାଣ୍ଡା (୬.୫%) । ଭାରତଠାରୁ ତୀବ୍ରତର ଗତିରେ ବୃଦ୍ଧି ପାଉଥିବା ୧୫ଟି ଦେଶ ମଧ୍ୟରେ ୧୦ଟି ହେଉଛି ଆଫ୍ରିକୀୟ ଦେଶ ।

Leave A Reply

Your email address will not be published.