ଭୁବନେଶ୍ୱର : ୩୧ ଦିନ ପୂର୍ବରୁ ଶୀତ ଅଧିବେଶନ ବନ୍ଦ । “ ଶାସକ ଦଳ ମୁଖ୍ୟ ସଚେତକ ଆଣିଲେ ପ୍ରସ୍ତାବ । ଗୃହ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବୀ । କୋଭିଡ କଟକଣା ଭିତରେ ୧୦ ଦିନରେ ସରିଲା ଶୀତ ଅଧିବେଶନ । ଗୃହକୁ ଅନିର୍ଦିଷ୍ଟ କାଳ ପାଇ ଗୃହକୁ ମୁଲତବୀ ରଖିରେ ବାଚସ୍ପତି । ଆଜି ବିଧାନସଭାରେ ‘ପରୀ’ ହତ୍ୟା ମାମଲାକୁ ନେଇ ବିରୋଧି ବିଜେପି ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ। ଏହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୩ ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ। ଏହାପରେ ଗୃହରେ ହଟ୍ଟଗୋଳ ମଧ୍ୟରେ ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍। ୧୧ ହଜାର ୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେଲା । ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବା ସମୟରେ ଗୃହରେ ଉପସ୍ଥିତ ନଥିଲେ ବିରୋଧି ବିଜେପିର ସଭ୍ୟ। ଗୃହରେ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବାପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବି ନେଇ ଆସିଲା ପ୍ରସ୍ତାବ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ପ୍ରସ୍ତାବ ଆଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ। ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ପ୍ରସ୍ତାବକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏବଂ ବିଜେଡି ବିଧାୟକ ଅମର ଶତପଥି ମଧ୍ୟ ସମର୍ଥନ କରିଥିଲେ। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ପ୍ରସ୍ତାବକୁ ଘୋର ବିରୋଧ କରିଥିଲେ । ତାରା ପ୍ରସାଦ ବାହିନୀପତି କହିଥିଲେ ଗୃହରେ ଆହୁରୀ ଅନେକ ପ୍ରସଙ୍ଗ ଆଲୋଚନା ହେବାରେ ବାକିଥିଲା ଗୃହକୁ ଏପରି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା ଠିକ ନୁହେଁ ବୋଲି କହିଛନ୍ତି।
Sign in
Sign in
Recover your password.
A password will be e-mailed to you.