୩ ମିନିଟ୍‌ ପାଇଁ ୫ କୋଟି ଟଙ୍କା ନେଲେ ସମନ୍ଥା

501

ହାଇଦ୍ରାବାଦ: ଚର୍ଚ୍ଚାରେ ସାଉଥ ସୁନ୍ଦରୀ ସମନ୍ଥା ରୁଥ ପ୍ରଭୁ। ନାଗା ଚୈତନ୍ୟଙ୍କ ଠାରୁ ଛାଡପତ୍ର ପରେ ବଢ଼ିଛି ତାଙ୍କ ଦାମ୍‌। ସେ ନିଜ ରେଟ୍‌ ବଢ଼ାଇ ଦେଇଛନ୍ତି। ମାତ୍ର ତିନି ମିନିଟ୍‌ ପାଇଁ ସେ ମାଗିଛନ୍ତି ମୋଟା ଅଙ୍କର ଟଙ୍କା। ସେ ଚାର୍ଜ କରିଛନ୍ତି ୫ କୋଟି। ଏଭଳି କିଛି ଖବର ଏବେ ସାମ୍ନାକୁ ଆସିଛି। ପ୍ରକୃତରେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ରିଲିଜ ହୋଇଥିବା ଫିଲ୍ମ ‘ପୁଷ୍ପା’ ଏବେବି ବକ୍ସ ଅଫିସରେ ଧମାଲ କରୁଛି। ଏହି ଫିଲ୍ମକୁ ଦର୍ଶକ ଏବଂ କ୍ରିଟିକ୍ସଙ୍କ ଭଲ ରେସ୍‌ପନ୍ସ ମିଳିଛି। ଏହି ଫିଲ୍ମରେ ଥିବା ଅଭିନେତ୍ରୀ ସମନ୍ଥାଙ୍କ ଆଇଟମ ଗୀତ ଏବେ ଚର୍ଚ୍ଚାରେ। ଦର୍ଶକଙ୍କୁ ଏହି ଗୀତ ବେଶ୍‌ ପସନ୍ଦ ଆସୁଛି। ଏହି ଗୀତରେ ସମନ୍ଥା ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିଛନ୍ତି। ଏହା ତାଙ୍କର ପ୍ରଥମ ଆଇଟମ୍‌ ଗୀତ। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ, ଏହି ଗୀତ ପାଇଁ ସମନ୍ଥା ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରିଥିଲେ। କେବଳ ୩ ମିନିଟ୍‌ର ଗୀତ ପାଇଁ ସେ ନେଇଛନ୍ତି ୫ କୋଟି ଟଙ୍କା। ସମନ୍ଥାଙ୍କ ଆଇଟମ୍‌ ଗୀତ ‘ଓ ଅନ୍ତାୱା’ କେବଳ ଫ୍ୟାନ୍‌ମାନଙ୍କ ମଧ୍ୟରେ ନୁହେଁ ସେଲେବ୍ରିଟିଙ୍କ ମଧ୍ୟରେ ବି ବେଶ୍‌ ପପୁଲାର ହୋଇଛି। ନିକଟରେ ବଲିଉଡ ଅଭିନେତ୍ରୀ କ୍ରିତି ସାନନ୍‌ ଏହି ଗୀତକୁ ନେଇ ଏକ ଖୁଲାସା କରିଥିଲେ। ସେ କହିଥିଲେ, ସେ ଚାହିଁଲେ ବି ଏହି ଗୀତକୁ ଶୁଣିବା ବନ୍ଦ କରିପାରୁନାହାନ୍ତି। ରିପୋର୍ଟ ଅନୁସାରେ, ଏହି ଗୀତ ପାଇଁ ପ୍ରଥମେ ସମନ୍ଥା ରାଜି ନଥିଲେ, କାରଣ ଏହା ଏକ ଆଇଟମ ଗୀତ ଥିଲା। ପୂର୍ବରୁ କେବେ ଆଇଟମ ଗୀତରେ ନାଚି ନଥିବା ସମନ୍ଥାଙ୍କୁ ପରେ ଅଭିନେତା ଅଲ୍ଲୁ ଅର୍ଜୁନ ବୁଝାଇଥିଲେ। ଏହାପରେ ଏହି ଗୀତରେ ଅଭିନୟ କରିବା ପାଇଁ ରାଜି ହୋଇଥିଲେ ସମନ୍ଥା। ଆଉ ଏହି ଗୀତରେ ଡ୍ୟାନ୍ସ କରିବା ପାଇଁ କଠିନ ପରିଶ୍ରମ କରିଥିଲେ।

Leave A Reply

Your email address will not be published.