୯ମାସ ଶିଶୁର ବିରଳ ଚକ୍ଷୁ ଅସ୍ତ୍ରୋପଚାର

149

ଭୁବନେଶ୍ୱର, (ଡିକେ ନୁ୍ୟଜ୍): କନ୍ଜେନିଟାଲ୍ ଗ୍ଲୁକୋମା ଥିବା ଜଣେ ୯ମାସ
ଶିଶୁର ଚକ୍ଷୁ ଅସ୍ତ୍ରୋପଚାର କରି କିମ୍ସ ଡାକ୍ତରମାନେ ସଫଳତା ପାଇଛନ୍ତି ।
ଏଭଳି ବିରଳ ଅସ୍ତ୍ରୋପଚାର ପରେ ଶିଶୁଟି ଏବେ ସମ୍ପୂର୍ଣ୍ଣ ଦେଖିପାରୁଛି ।
ଟ୍ରାବେକୁ୍ୟଲୋଟୋମି ଓ ଟ୍ରାବେକୁ୍ୟଲେକ୍ଟୋମି ଭଳି ଅତ୍ୟାଧୁନିକ ପଦ୍ଧତିରେ ଏତେ
କମ୍ ବୟସର ଜଣେ ଶିଶୁର ଏହି ଗ୍ଲୁକୋମା ଅସ୍ତ୍ରୋପଚାର ସଫଳତା ମିଳିଛି ।
କିମ୍ସ ଚକ୍ଷୁରୋଗ ବିଭାଗ ମୁଖ୍ୟ ଡା. ମାତୁଲି ଦାସଙ୍କ ତତ୍ୱାବଧାନରେ ବିଭାଗର
ସହକାରୀ ପ୍ରଫେସର ଡା. ଶାଶ୍ୱତୀ ସେନ୍ ଓ ତାଙ୍କ ଟିମ ଏହି ଅସ୍ତ୍ରୋପଚାର
ସଫଳତାର ସହ କରିଛନ୍ତ୍ି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱଳ୍ପ ଖର୍ଚ୍ଚରେ କିମ୍ସରେ
ଏଭଳି ଅସ୍ତ୍ରୋପଚାର ହୋଇପାରୁଥିବା ଡା. ସେନ୍ ପ୍ରକାଶ କରିଛନ୍ତି ।
କନ୍ଜେନିଟାଲ୍ ଗ୍ଲୁକୋମା ଏଭଳି ଏକ ଅବସ୍ଥା ଯେଉଁଥିରେ ରୋଗୀର ଆଖି
୧୦ହଜାର ଭାଗରୁ ମାତ୍ର ୧ଭାଗ ଦେଖି ପାରିଥାଏ । ଏହି ଶିଶୁ କ୍ଷେତ୍ରରେ ମାତ୍ର
୪ ମାସରେ ଏଭଳି ଅବସ୍ଥା ସୃଷ୍ଟି ହୋଇଥିଲା । ତେବେ ୧୦ହଜାର ରୋଗୀଙ୍କ
ମଧ୍ୟରୁ ଜଣକୁ ଏଭଳି ରୋଗ ହୋଇଥାଏ ବୋଲି ଡା. ସେନ୍ ସୂଚନା ଦେଇଛନ୍ତି ।
ଏଭଳି ବିଲକ୍ଷଣ ପ୍ରକାଶ ପାଇଲେ ତୁରନ୍ତ ଡାକ୍ତରୀଙ୍କ ପରାମର୍ଶ ଓ ଚିକିତ୍ସା କରାଇଲେ
ଏହା ମାରାତ୍ମକ ହୋଇ ନ ଥାଏ ବୋଲି ସେ କହିଛନ୍ତି । ଏଭଳି ସଫଳ ଅସ୍ତ୍ରୋପଚାର
ପାଇଁ କିଟ୍, କିସ୍ ଓ କିମ୍ସ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଡାକ୍ତରୀଦଳକୁ ଅଭିନନ୍ଦନ
ଜଣାଇବା ସହ ଶିଶୁର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.