ଦିନକରେ ୧୭୦ ଆକ୍ରାନ୍ତ ଚିହ୍ନଟ

172

-ନୂଆପଡ଼ାରୁ ବାହାରିଲେ ସର୍ବାଧିକ ୨୯ଜଣ
-ଓଡ଼ିଶାରେ ଦେଖାଦେଲା ୟୁକେ ଷ୍ଟ୍ରେନ୍
-ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ
-ଭିଡ ନିୟନ୍ତ୍ରଣ ପାଇଁ କେନ୍ଦ୍ରରୁ ଆସିଲା ଚିଠ

ନବରଙ୍ଗପୁର: କରୋନାର ଦ୍ୱିତୀୟ ଲହର ଏବେ ପୁଣିଥରେ ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି । ଦେଶରେ ଆଜି ଗୋଟିଏ ଦିନରେ ୪୭ହଜାର ୨୬୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ମଧ୍ୟ ଦିନକରେ ୧୭୦ଜଣ ଚିହ୍ନଟ ହୋଇଛନ୍ତି । ନୂଆପଡ଼ା ଜିଲ୍ଲାରେ ସର୍ବାଧିକ ୨୯ଜଣ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ମାଲକାନଗିରି ପରେ ନବରଙ୍ଗପୁରରେ ନାଇଟ୍ କର୍ଫ୍ୟୁ ଘୋଷଣା ହୋଇଥିବା ବେଳେ ସାରା ରାଜ୍ୟରେ ଭିଡ କମାଇବା ପାଇଁ ବା ଗହଳିଚହଳି ଯେଭଳି ନ ଲାଗିବ ସେଥ୍ରିତି ଦୃଷ୍ଟି ଦେବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ।

ଦେଶରେ ୟୁକେ ଷ୍ଟ୍ରେନ୍ ପୂର୍ବରୁ ଚିହ୍ନଟ ହୋଇଥିବା ବେଳେ ଏବେ ଓଡ଼ିଶାରେ ଦେଖାଦେଇଛି ୟୁକେ ଷ୍ଟ୍ରେନ୍ । ଗୋଟିଏ କି ଦୁଇଟି ନୁହେଁ ଏକାଥରକେ ୩ଜଣ ୟୁକେ ଷ୍ଟ୍ରେନ୍ କରୋନା ଆକ୍ରାନ୍ତ ଥିବା ଜଣାପଡ଼ିଛି । ସାରା ଦେଶରେ ୭୩୬ ୟୁକେ ଷ୍ଟ୍ରେନ୍ ଚିହ୍ନଟ ହୋଇଥିବା ବେଳେ ପଞ୍ଜାବରୁ ସର୍ବାଧିକ ୩୩୬ ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଦ୍ୱିତୀୟ ଓ ତୃତୀୟ ନମ୍ବରରେ ରହିଛି ତେଲେଙ୍ଗାନା ଓ ଦିଲ୍ଲୀ । ତେବେ ଦେଶରେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ନେଇ ସାଧାରଣରେ ଚିନ୍ତା ବଢ଼ୁଛି । ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ପୁଣି ଥରେ ଲକ୍ଡାଉନ୍ ହେବନି ତ ? କାରଣ ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନାଇଟ୍ କର୍ଫ୍ୟୁ ଘୋଷଣା କରାଯାଇଛି । ଏମିତିକି ଓଡ଼ିଶାରେ ମଧ୍ୟ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇସାରିଲାଣି । ମାଲକାନଗିରିରେ ପ୍ରାୟ ଏକ ସପ୍ତାହ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲଗାଯାଇଛି ।

ସେପଟେ ରାଜ୍ୟରେ ବୁଧବାର ଗୋଟିଏ ଦିନରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୦ ପାର୍ ହୋଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୯୯ ଓ ଲୋକାଲ କଣ୍ଟାକ୍ଟ ୭୧ଜଣ ଚିହ୍ନଟ ହୋଇଛନ୍ତି । ନୂଆପଡାରୁ ସର୍ବାଧିକ ୨୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

କଟକରୁ ୨୩, ଖୋର୍ଦ୍ଧାରୁ ୨୩, ସୁନ୍ଦରଗଡରୁ ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟପକ୍ଷରେ ଗୁରୁବାରଠାରୁ ନବରଙ୍ଗପୁର ଜିଲ୍ଲାରେ ପୁଣି ଆରମ୍ଭ ହେଲା ନାଇଟ୍ କର୍ଫ୍ୟୁ । ଜାରିହେଲା ରାତ୍ରିକାଳୀନ କର୍ଫ୍ୟୁ । ରାଜ୍ୟରେ ପୁନର୍ବାର କୋଭିଡ ସଂକ୍ରମଣ ବୃଦ୍ଧି ଘଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ନେଇଛି ଏହି ନିଷ୍ପତ୍ତି । ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ରାତି ୮ରୁ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ କର୍ଫ୍ୟୁ ।

କରୋନାର ଦ୍ୱିତୀୟ ଲହରକୁ ଦେଖି ଜିଲ୍ଲା ପ୍ରଶାସନ ନେଇଛି ଆଗୁଆ ନିଷ୍ପତ୍ତି । ସେପଟେ ଯଦି ସାଧାରଣ ଲୋକେ କୋଭିଡକୁ ଖିଲାପ କରନ୍ତି କିମ୍ବା କର୍ଫ୍ୟୁ ନିର୍ଦ୍ଦେଶକୁ ଅବମାନନା କରନ୍ତି ତେବେ ଆଇନଗତ ଭାବେ କାର୍ଯ୍ୟାନୁଷ୍ଠାନ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସେହି ରି କଟକ ଓ ଖୋର୍ଦ୍ଧା ଜିଲ୍ଲା ପରେ ଏବେ ଚିନ୍ତା ବଢାଇଲା ନୂଆପଡା ଜିଲ୍ଲା ।

ସିନାପାଲୀ ବ୍ଲକ୍ର ଗୋଟିଏ ଗାଁରୁ ଏକ ସଙ୍ଗେ ୨୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗାଁରୁ ନିଆଯାଇଥିବା ମୋଟ୍ ୫୬ ନମୂନା ମଧ୍ୟରୁ ୨୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସିନାପାଲୀ ବିଡିଓ ବୁଧବାର ସୂଚନା ଦେଇଛନ୍ତି । ଉକ୍ତ ଗାଁଟି ଛତିଶଗଡ ସୀମାକୁ ଲାଗି ଥିବାରୁ ସଂକ୍ରମଣ ବ୍ୟାପିଥିବା ସନ୍ଦେହ କରାଯାଉଛି । ଏହାପରେ ଗାଁର ସମସ୍ତ ଲୋକଙ୍କ ସାମ୍ପଲ ଟେଷ୍ଟ କରାଯିବ ବୋଲି ବିଡିଓ କହିଛନ୍ତି । ପଦକ୍ଷେପସ୍ୱରୂ ଗାଁର ପ୍ରବେଶ ପଥରେ ପୋଲିସ ମୁତୟନ କରାଯାଇଛି । ଏପରିକି ଆସନ୍ତାକାଲି ହେବାକୁ ଥିବା ସାପ୍ତାହିକ ହାଟକୁ ସରପଞ୍ଚ ବନ୍ଦ କରିଛନ୍ତି ।

Leave A Reply

Your email address will not be published.