ଦ୍ବିତୀୟ ଦିନିକିଆ : ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତ୍ତି

166

ସିଡନି: ଭାରତ-ଅଷ୍ଟ୍ରେଲିଆ ଭିତରେ ଦ୍ବିତୀୟ ଦିନିକିଆ ଆରମ୍ଭ ହୋଇଛି। ଟସ୍ ଜିତି ଅଷ୍ଟ୍ରେଲିଆ ବ୍ୟାଟିଂ କରିବା ନିଷ୍ପତ୍ତି ନେଇ ପଡ଼ିଆକୁ ଓହ୍ଲାଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଡେଭିଡ୍ ୱାର୍ଣ୍ଣର ଓ ଆରନ୍ ଫିଞ୍ଚ ଭାରତୀୟ ବୋଲରଙ୍କୁ ମୁକାବିଲା କରିବା ଆରମ୍ଭ କରିଛନ୍ତି। ଆଜି ଅଷ୍ଟ୍ରେଲିଆ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ମାର୍କସ ଷ୍ଟୋଇନିସଙ୍କ ସ୍ଥାନରେ ମୋଜେସ୍ ଅନରିକ୍ସଙ୍କୁ ଅଣାଯାଇଛି। ସିଡନି କ୍ରିକେଟ୍ ଗାଉଣ୍ଡରେ ଅଷ୍ଟ୍ରେଲିଆ ନିକଟରୁ ୬୬ ରନ୍‌ରେ ହାରିଥିବା ଭାରତ ପାଇଁ ଏହି ୩ ମ୍ୟାଚ୍‌ ଶୃଙ୍ଖଳାରେ ସୁଯୋଗ କାଏମ ରଖିବାକୁ ରବିବାର ଜିତିବା ଅପରିହାର୍ଯ୍ୟ। ଶେଷ ଥର ପାଇଁ ୨୦୧୯ ଜାନୁଆରିରେ ଅଷ୍ଟ୍ରେଲିଆ ଗସ୍ତରେ ଭାରତ ପ୍ରଥମ ମ୍ୟାଚ୍‌ ହାରିଥିଲେ ମଧ୍ୟ ୨-୧ରେ ଶୃଙ୍ଖଳା ଜିତିଥିବାରୁ ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିଛି କୋହଲି ସେନା। କେବଳ ଷ୍ଟିଭେନ ସ୍ମିଥ୍ ଓ ଡେଭିଡ୍‌ ୱାର୍ନରଙ୍କ ପ୍ରତ୍ୟାବର୍ତନ ନୁହେଁ ପ୍ରଥମ ପସନ୍ଦ ବୋଲିଂ ବାହିନୀ କମିନ୍ସ, ହାଜେଲଉଡ୍‌, ଷ୍ଟାର୍କ, ଜାମ୍ପାଙ୍କୁ ନେଇ ଘରୋଇ ଦଳ କିନ୍ତୁ ସେ ପରାଜୟର ପ୍ରତିଶୋଧ ନେବା ଆଶାରେ ରହିଛି। କର ବା ମର ସ୍ଥିତିରେ ଥିବା ଭାରତ ପାଇଁ ୨୦ ଓଭର ପରବର୍ତୀ ପର୍ଯ୍ୟାୟରେ ବ୍ୟାଟିଂ ଲୟ ବଜାୟ ରଖିବାର ଆହ୍ବାନ ଆସିଛି। ଦିନିକିଆ ଶୃଙ୍ଖଳା ପରେ ଅବଶ୍ୟ ୩ ମ୍ୟାଚ୍‌ ଟି-୨୦ ଥିବାରୁ ବିବିଧ ଫର୍ମାଟ ଖେଳାଳିଙ୍କ ଗୁରୁତ୍ବ ରହିଛି। ଶେଷରେ ଟେଷ୍ଟ୍ କ୍ରିକେଟ୍‌ ଖେଳାଯିବ। ପରିସଂଖ୍ୟାନରୁ ଦେଖିଲେ ନିଜ ନିଜ ଶେଷ ୫ ଦିନିକିଆରୁ ଅଷ୍ଟ୍ରେଲିଆ ୪ ଜିତିଛି ଓ ଭାରତ ୪ ହାରିଛି। ରବିବାର ମ୍ୟାଚ୍‌ରେ ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ (ଫର୍ମାଟର ଅନ୍ୟତମ ଶ୍ରେଷ୍ଠ ବୋଲର) ଏବଂ ଶ୍ରେୟସ ଆୟର୍ (ଦିନିକିଆରେ ଭଲ ହାରାହାରି ୪୬.୮୭)ଙ୍କ ଉପରେ ନିଶ୍ଚିତ ନଜର ରହିବ। ମାର୍କସ ‌ଷ୍ଟୋଇନିସ୍ ପ୍ରଥମ ଦିନିକିଆରେ ଆହତ ‌ହୋଇଥିବାରୁ ସେ‌ ଉପଲବ୍‌ଧ ନହେ‌ଲେ କାମେରନ୍ ଗ୍ରିନ୍‌ କିମ୍ବା ମୋଜେସ୍ ହେନରିକ୍ସଙ୍କ ଭଳି ସିମ୍ ବୋଲିଂ ଅଲରାଉଣ୍ଡର୍‌ ରହିଛନ୍ତି।

ଭାରତ : ଶିଖର ଧାୱନ, ମୟଙ୍କ ଅଗ୍ରୱାଲ, ବିରାଟ କୋହଲି (ଅଧିନାୟକ), ଶ୍ରେୟସ ଆୟର୍‌, କେଏଲ୍ ରାହୁଲ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ନଭଦୀପ ସୈନି, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, ଯଶପ୍ରୀତ୍ ବୁମରା।

ଅଷ୍ଟ୍ରେଲିଆ: ଡେଭିଡ୍‌ ୱାର୍ନର, ଆରୋନ୍‌ ଫିଞ୍ଚ୍ (ଅଧିନାୟକ), ଷ୍ଟିଭେନ୍ ସ୍ମିଥ୍, ମାର୍ନସ ଲାବୁସାନ୍‌, ଆଲେକ୍ସ କ୍ୟାରି (ୱି‌କେଟରକ୍ଷକ), ଗ୍ଲେନ୍ ମ୍ୟାକ୍ସୱେଲ୍, ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଦାମ ଜାମ୍ପା, ଜୋସ୍ ହାଜେଲଉଡ୍‌ ଓ ମୋଜେସ୍ ଅନରିକ୍ସ।

Leave A Reply

Your email address will not be published.