୩ ପେଷାଦାର ଅପରାଧି ଗିରଫ: ୭୦ ମୋବାଇଲ, ୪୦ସେଟଅପ ବକ୍ସ ଓ ଟଙ୍କା ଜବତ

157

ପିପିଲି: ପିପିଲି ଅଂଚଳର ଏକ ପେଷାଦାର ଅପରାଧି ଗ୍ୟାଙ୍ଗ ପୁଲିସ ଜାଲରେ ପଡ଼ିଛନ୍ତି । ସ୍ଥାନୀୟ ପୁଲିସ ପୁଣି ଏକ ବଡ଼ଧରଣର ସଫଳତା ହାସଲ କରିଛି । ପିପିଲି ଏସଡ଼ିପିଓ ଦେବଦତ ବରାଳ ଓ ବଳଙ୍ଗା ଥାନା ଅଧିକାରୀ ସମରେନ୍ଦ୍ର ପାଇକରାୟଙ୍କ ମିଳିତ ଚଢଉରେ ଏମାନଙ୍କର ପର୍ଦାଫାସ ହୋଇଛି । ଏଥିରେ ସମ୍ପୃକ୍ତି ଅଭିଯୋଗରେ ବଳଙ୍ଗା ଥାନା ସମ୍ଭୁଭାରତୀପାଟଣା ଗାଁର ଜଗନ୍ନାଥ ସାହୁ(୨୨), ବଳରାମ ସାହୁ(୨୦) ଓ ନିରଂଜନ ମହାପାତ୍ର(୨୪)ଙ୍କୁ ପୁଲିସ ଗିରଫ କରିଛି । ଏମାନଙ୍କଠାରୁ ପୁଲିସ ନଗଦ ୬୬ହଜାର ଟଙ୍କା ସମେତ ୭୦ଟି ମୋବାଇଲ ଫୋନ, ୪୦ଟି ସେଟଅପ ବକ୍ସ, ୧ଟି ସୁନା ଚେନ, ୧ଟି ସୁନା ମୁଦି, ୧ଟି ଏଲଇଡ଼ି ଟିଭି, କମ୍ପୁଟ୍ୟଟର ଏଲସିଡ଼ି ଡ଼ିସପ୍ଲେ ୨ଟି , ୧୭ଟି ମୋବାଇଲ ଚାର୍ଜର, ୩ଟି ପାୱାର ବ୍ୟାଙ୍କ,, ଏକ ସେଲୁନର କିଛି ପ୍ରସାଧନ ସାମଗ୍ରୀ, ଘରର ଆସବାବ ପତ୍ର ଓ ଏକ ମାଛଧରା ଜାଲ ପୁଲିସ ଜବତ କରିଛି । ଏତଦବ୍ୟତୀତ ଘରର କବାଟ ଓ ଗ୍ରୀଲ ଭାଙ୍ଗିବାରେ ବ୍ୟବହ୍ୟୃତ ଯନ୍ତ୍ରାଂସ ଓ ହାତ ହତିଆର ପୁଲିସ ମଧ୍ୟ ଜବତ କରିଛି ।

ପିପିଲି ଏସଡ଼ିପିଓ ଶ୍ରୀବରାଳ ଏ ସମ୍ପର୍କରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ମାନେ ଗତ ଅକ୍ଟେବର ୨୦ତାରିଖ ରାତିରେ ବଳଙ୍ଗା ଥାନା ସମ୍ଭୁଭାରତୀପାଟଣା ଗାଁର ରବିନ୍ଦ୍ର ବେହେରାଙ୍କ ଘରୁ ନଗଦ ୧ଲକ୍ଷ ୮୦ହଜାର ଟଙ୍କା, ସୁନା ଅଳଙ୍କାର ଓ ଏଲସିଡ଼ି ଆଦି ଲୁଟି ନେଇଥିଲେ । ସେହିପରି ଗତ ସେପ୍ଟେମ୍ବର ୧୨ତାରିଖରେ ସ୍ଥାନୀୟ ଭଗବତୀପୁର ଗାଁର ଜୟନ୍ତ ମହାପାତ୍ରଙ୍କ ଘରୁ ନଗଦ ୨୦ହଜାର ଟଙ୍କା ସମେତ ସୁନା ଓରୂପା ଅଳଙ୍କାର ଲୁଟି ନେଇଥିଲେ । ଗତ ଡିସେମ୍ବର ୧୩ ତାରିଖରେ ସେକ ମୁସରଫ ଚିକେନ ଦୋକାନରୁ ନଗଦ ୧୮ହଜାର ୩୭୦ ଟଙ୍କା ଓ ଗତ ୫ତାରିଖରେ ସ୍ଥାନୀୟ ଏକ ସେଲୁନରୁ ମୂଲ୍ୟବାନ ସାମଗ୍ରୀ ଲୁଟ କରିଥିଲେ । ଏମାନେ ଏକାଧିକ ଅପରାଧରେ ସମ୍ପୃକ୍ତ ଅଛନ୍ତି । ଆଜି ଅଭିଯୁକ୍ତ ମାନଙ୍କୁ ଆଜି ୪ଟି ମାମଲାରେ କୋର୍ଟ ଚାଲାଣ କରାଯାଇଛି ଓ ଆବଶ୍ୟକ ପଡ଼ିଲେ ଏମାନଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ଏସଡ଼ିପିଓ ଶ୍ରୀ ବରାଳ କହିଛନ୍ତି । ଏହି ପେଷାଦାର ଅପରାଧିମାନଙ୍କୁ ଗିରଫ କରିବାରେ ବଳଙ୍ଗା ଥାନା ଅଧିକାରୀ ଶ୍ରୀ ପାଇକରାୟଙ୍କ ସମେତ ଏସଆଇ ତପୋଇ ନାୟକ, ଏସଆଇ ଲକ୍ଷ୍ମୀଧର ଛେଟରାୟ ଓ ଛୋଟରାୟ ଚୋପରାସ, କନେଷ୍ଟବଳ ସୁକାନ୍ତ କୁମାର ସ୍ୱାଇଁ ଓ ଦିଗମ୍ବର ବେହେରା ପ୍ରମୁଖ ପୁଲିସ କର୍ମଚାର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.