ଦେଶରେ ୨୪ ଘଣ୍ଟାରେ ୩୫, ୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ

155

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ହସ୍ତଗତ ହୋଇଛି। ଦିନକ ମଧ୍ୟରେ ଦେଶରେ ପୁଣି ୩୫,୫୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୫ ଲକ୍ଷ ୩୪ ହଜାର ୯୬୫ରେ ପହଞ୍ଚିଛି। ସ୍ବାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ କରୋନାଜନିତ ପୁଣି ୫୨୬ ମୃତ୍ୟୁ ହୋଇଥିବା ବେଳେ ସମୁଦାୟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୩୮ ହଜାର ୬୪୮‌ ଛୁଇଁଛି। ଏବେ ସୁଦ୍ଧା ଦେଶରୁ କରୋନାରୁ ସୁସ୍ଥ ହୋଇ ସାରିଲେଣି ୮୯ ଲକ୍ଷ ୭୩ ହଜାର ୩୭୩ ଜଣ ଓ ଏବେ ସକ୍ରିୟ ଅଛନ୍ତି ୪ ଲକ୍ଷ ୨୨ ହଜାର ୯୪୩ ଜଣ। କେବଳ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ହଜାର ୭୨୬ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ(ଆଇସିଏମ୍‌ଆର୍‌) ପକ୍ଷରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଡିସେମ୍ବର ୨ ତାରିଖରେ ୧୧ ଲକ୍ଷ ୧୧ ହଜାର ୬୯୮ କରୋନା ନମୁନା ପରୀକ୍ଷଣ ହୋଇଥିବା ବେଳେ ଏବେ ସୁଦ୍ଧା ଦେଶରେ ସର୍ବମୋଟ ୧୪ କୋଟି ୩୫ ଲକ୍ଷ ୫୭ ହଜାର ୬୪୭ ନମୁନା ପରୀକ୍ଷା ସରିଲାଣି।

Leave A Reply

Your email address will not be published.