5କୋଟିରୁ ଅଧିକା ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ

44

ବ୍ରହ୍ମପୁର ରେସିଡେନ୍ସିଆଲ ପ୍ଲଟ ଦେବା ନାଁରେ ଦୁଇ ଶହରୁ ଅଧିକା ଲୋକଙ୍କ ଠାରୁ 5କୋଟିରୁ ଅଧିକା ଠକେଇ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କଲା ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନା ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ଗୋଷାଣୀନୂଆଗାଁର ଚେତନ କୁମାର ଚୌଧୂରୀ । ତାଙ୍କଠାରୁ ପ୍ରସ୍ତାବିତ ରେସିଡେନ୍ସିଆଲ ପ୍ଲଟର ଲେ- ଆଉଟ, ଡେଲି କଲେକ୍ସନ ମନି ରିସିପ୍ଟ ଓ ମନି ରିସିପ୍ଟ ଜବତ କରିଛି ପୋଲିସ । ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଅଞ୍ଚଳର ଏ. ସନ୍ତୋଷ କୁମାର ପାତ୍ର ନାମକ ଜଣେ ବ୍ୟକ୍ତି ସାଧବୀ କନଷ୍ଟ୍ରକସନ ଏଣ୍ଡ ଲଜିଷ୍ଟିକ୍ସ ନାମକ ସଂସ୍ଥାରେ ଏକାଉଟାଣ୍ଟ ଭାବେ କାର୍ଯ୍ୟ କରୁଥିବା ବେଳେ ବିଭିନ୍ନ ଏଜଣ୍ଟ ମାନଙ୍କ ମାଧ୍ୟମରେ ଦ୍ୱାରା ଟଙ୍କା ସଂଗ୍ରହ କରି ଗିରଫ ଅଭିଯୁକ୍ତ ଚେତନଙ୍କ କାର୍ଯ୍ୟାଳୟରେ ଡିପୋଜିଟ କରୁଥିଲେ । ପ୍ଲଟ ସ୍କିମ 2019ରେ ଆରମ୍ଭ ହୋଇଥିବା ବେଳେ 2021ରେ ପ୍ଲଟ ଯୋଗାଇ ଦେବା ନେଇ ପ୍ରତିଶୃତି ଦେଇଥିଲେ । ତେବେ 2021 ପରେ ସଂପୃକ୍ତ ସଂସ୍ଥା ପ୍ଲଟ ଦେଇନଥିଲା ଓ ମନି ରସିଦ ଫେକ୍ କରି ଏଡାଇ ଯାଇଥିଲା । ପରେ ଏନେଇ ଅଭିଯୁକ୍ତ ଚେତନ ଏକାଉଣ୍ଟାଣ୍ଟଙ୍କୁ ଧମକ ମଧ୍ୟ ଦେଇଆସୁଥିଲେ । ପରେ ସନ୍ତୋଷ ଥାନାରେ ଏତଲା ଦେବା ପରେ ପୋଲିସ ଚେତନ କୁମାର ଚୌଧୁରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୋଲିସ ଏନେଇ ଦୁଇଟି ମାମଲା ରୁଜ୍ଜୁ କରି ଦଦନ୍ତ ଜାରୀ ରଖିଛି ।

Leave A Reply

Your email address will not be published.