ମାଲକାନଗିରି: ସୀମାନ୍ତ ଛତିଶଗଡ଼ ରାଜ୍ୟର ନାରାୟଣପୁର ଓ କାଁକେର ଜିଲ୍ଳାରେ ଯବାନଙ୍କ ପକ୍ଷରୁ ତିନିଦିନ ଧରି ଚାଲିଥିବା ମାଓ ଅପେରସେନ ସଙ୍ଗମରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ ଧରଣର ସଫଳତା । ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ପକ୍ଷରୁ ଅପେରସନ ବେଳେ ମାଓବାଦୀଙ୍କ ସହ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟ ଫଳରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡ଼ିଛି । ଲଗାତର ୩ ଦିନ ଧରି ଚାଲିଥିବା ଅପରେସନରେ ଯବାନ ମାନେ ୭ ଟି ମ୍ୟାଓ କ୍ୟାମ୍ପ ଧ୍ୱଂସକରି ଥିବା ଜଣାପଡ଼ିଛି । ତେବେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ କିଛି ମାଓବାଦୀ ମୃତାହତ ହୋଇଥିବା ସୂଚନା ମିଳିଥିବା ବେଳେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଓ ନିତ୍ୟ ବ୍ୟବହାର ଜିନିଷ ଜବତ କରାଯାଇଛି ।
Sign in
Sign in
Recover your password.
A password will be e-mailed to you.