ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

229

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ବସନ୍ତ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଶୋକବାର୍ତାରେ  ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ୱର୍ଗତ ଦାସ ଜଣେ ସ୍ତମ୍ଭକାର ତଥା ରାଜନୈତିକ ବିଶ୍ଳେଷକ ଭାବରେ ସୁନାମ କରିଥିଲେ । ଅଦ୍ଧଶତାବ୍ଦୀରୁ ଅଧିକ ସମୟ ଧରି ସେ ସାମ୍ବାଦିକତା ବୃତ୍ତିରେ ସକ୍ରିୟ ରହିଥିଲେ । ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଅବଦାନ ପାଇଁ ସେ ସ୍ମରଣୀୟ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ପରଲୋକଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି ।

ବରିଷ୍ଠ ସାମ୍ବାଦିକ, ସାହିତ୍ୟିକ ବସନ୍ତ ଦାସଙ୍କ ବିୟୋଗରେ ଶୋକ :

ଓଡ଼ିଶାର ସାମ୍ବାଦିକତା ଜଗତରେ ଜଣେ ପ୍ରବାଦପୁରୁଷ, ରାଜନୈତିକ ସ୍ତମ୍ଭକାର, ରାଜନୈତିକ ବିଶ୍ଲେଷକ ତଥା ବହୁ ପୁସ୍ତକର ରଚୟିତା ଓଡ଼ିଶା ସାହିତ୍ୟ ଏକାଡ଼େମୀର ପୁରସ୍କାରପ୍ରାପ୍ତ ସାହିତ୍ୟିକ ବସନ୍ତ ଦାସଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଅନୁଷ୍ଠାନ ବ୍ୟକ୍ତିଗତ ଭାବେ ଶୋକ ପ୍ରକାଶ କରିଛନ୍ତି ।ମହାବୋଧି ସୋସାଇଟି ଓଡ଼ିଶା ଶାଖାର ସଭାପତି, ପୂର୍ବତନ କୁଳପତି ଡଃ ବିମଳେନ୍ଦୁ ମହାନ୍ତି ସ୍ୱର୍ଗତ ବସନ୍ତ ଦାସଙ୍କୁ ଜଣେ ଭଲ ମଣିଷ ଥିଲେ ବୋଲି କହିଛନ୍ତି । ପୂର୍ବତନ ମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ବିଧାୟକ ଅମର ପ୍ରସାଦ ଶତପଥୀ, ପୂର୍ବତନ ପ୍ରଶାସକ ନରେନ୍ଦ୍ର କୁମାର ମିଶ୍ର ତଥା ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ସାମ୍ବାଦିକତା ଜଗତରେ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ଆର୍ଯ୍ୟସମାଜ ଦିଲ୍ଲୀ ପକ୍ଷରୁ ସ୍ୱାମୀ ଆର୍ଯ୍ୟବେଶ, ଦିବ୍ୟ ଜୀବନ ସଂଘ ପକ୍ଷରୁ ସ୍ୱାମୀ ଶିବଚିଦାନନ୍ଦ ସରସ୍ୱତୀ, ସ୍ୱାମୀ ଜଗନ୍ନାଥାନନ୍ଦ ସରସ୍ୱତୀ, ବିଶିଷ୍ଟ ସନ୍ଥ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ସ୍ୱର୍ଗତ ଆତ୍ମାର ସଦ୍‌ଗତି ପାଇଁ ପ୍ରାର୍ଥନା କରିଛନ୍ତି । ଜାଭିୟର ଏଜୁକେଶନାଲ ଟ୍ରଷ୍ଟ ପକ୍ଷରୁ ଡଃ ବଦ୍ରୀନାଥ ପଟ୍ଟନାୟକ, ଓଡ଼ିଶା ବୁଦ୍ଧିଜୀବୀ ମଂଚ ପକ୍ଷରୁ ଡଃ ସୌରେନ୍ଦ୍ର କୁମାର ମହାପାତ୍ର, ମହତାବ ଏକାଡ଼େମୀ ପକ୍ଷରୁ ପାରେଶ୍ୱର ଖଣ୍ଡାୟତ ରାୟ, ଆର୍ଯ୍ୟ ସମାଜ ଓଡ଼ିଶା ପକ୍ଷରୁ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଅନୁରୂପ ଭାବେ ଶୋକ ପ୍ରକାଶ କରିଛନ୍ତି ।ମିଡ଼ିଆ ବ୍ୟାଙ୍କ ପକ୍ଷରୁ ସାମ୍ବାଦିକ ସଞ୍ଜୟ ପ୍ରଧାନ, ସୁଖଧାମ ବୃଦ୍ଧାଶ୍ରମ ପକ୍ଷରୁ ଶ୍ରୀମତୀ ଦେବଯାନୀ ରାୟ, ସ୍ୱାମୀ ବ୍ରହ୍ମାନନ୍ଦ ଟ୍ରଷ୍ଟ ପକ୍ଷରୁ ଇଂ ବିବେକାନନ୍ଦ ପାତ୍ର ଓ ବାସ୍ତୁବିତ୍ ଡଃ ମନୋଜ ଲେଙ୍କା ଏଭଳି କାରୁଣ ଦୁଃଖ ଖବର ପାଇ ଆତ୍ମାର ସଦ୍‌ଗତି ପାଇଁ ପ୍ରଭୁଙ୍କୁ ପ୍ରାର୍ଥନା କରିଛନ୍ତି । 

Leave A Reply

Your email address will not be published.