ଭାରତରେ ଦୈନିକ ନୂଆ ସଂକ୍ରମଣ ୫୦ ଦିନରେ ସର୍ବନିମ୍ନ

172

ନୂଆଦିଲ୍ଲୀ : କ୍ରମାଗତ ୧୮ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛିା ଦେଶରେ ଦୈନିକ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି ଏବଂ ୫୦ ଦିନ ମଧ୍ୟରେ ସର୍ବନିମ୍ନ ୧.୫୨ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି । ଦେଶରେ କ୍ରମାଗତ ଚତୁର୍ଥ ଦିନରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି । ଗତ ୨୪ ଘଂଟା ମଧ୍ୟରେ ୧,୫୨,୭୩୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ସକ୍ରିୟ କରୋନା ମାମଲା ଦେଶରେ କ୍ରମାଗତ ଭାବେ ହ୍ରାସ ପାଉଛି । ସକ୍ରିୟ କରୋନା ମାମଲା ଆଜି ହ୍ରାସ ପାଇ ୨୦,୨୬,୦୯୨ ରହିଛି ।

ଗତ ୨୪ ଘଂଟା ମଧ୍ୟରେ ସକ୍ରିୟ ମାମଲାରେ ୮୮,୪୧୬ ହ୍ରାସ ପାଇଛି ଏବଂ ଦେଶର ମୋଟ ପଜିଟିଭ ମାମଲାର ୭.୨୨% ରହିଛି ସକ୍ରିୟ ମାମଲା । କ୍ରମାଗତ ୧୮ ଦିନରେ ଦୈନିକ କରୋନାରୁ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି । ଗତ ୨୪ ଘଂଟା ମଧ୍ୟରେ ଦେଶରେ ୨,୩୮,୦୨୨ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ଦୈନିକ ସଂକ୍ରମଣ ତୁଳନାରେ ୮୫,୨୮୮ ଜଣ ଅଧିକ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ କୋଭିଡ-୧୯ରୁ ଏ ପର୍ଯ୍ୟନ୍ତ ୨,୫୬,୯୨,୩୪୨ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ୨,୩୮,୦୨୨ ଜଣ ସୁସ୍ଥ ହୋଇଛନ୍ତି । ଏହା ଫଳରେ ଦେଶରେ ସୁସ୍ଥତା ହାର ଏବେ ରହିଛି ୯୧.୬୦% ।ଗତ ୨୪ ଘଂଟା ମଧ୍ୟରେ ଦେଶରେ ୧୬,୮୩,୧୩୫ ହୋଇଥିବା ବେଳେ ଭାରତରେ ମୋଟ ୩୪.୪୮ କୋଟି ଟେଷ୍ଟ ହୋଇଛି । ଦେଶରେ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭିିଟି ହାର କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୯.୦୪% ରହିଛି । ଦୈନିକ ପଜିଟିଭିଟି ହାର ମଧ୍ୟ ହ୍ରାସ ପାଇ ଆଜି ୯.୦୭% ରହିଛି । କ୍ରମାଗତ ସପ୍ତମ ଦିନରେ ଏହା ୧୦% ତଳେ ରହିଛି ।

Leave A Reply

Your email address will not be published.