୧୦ରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ

163

ନୂଆଦିଲ୍ଲୀ : ଚନ୍ଦ୍ର ଗ୍ରହଣ ପରେ ଏବେ ୨୦୨୧ର ପ୍ରଥମ ସୂର୍ଯ୍ୟପରାଗ ଲୋକମାନେ ଦେଖିବାକୁ ଯାଉଛନ୍ତି । ଆସନ୍ତା ଜୁନ୍ ୧୦ ତାରିଖରେ ଏହି ସୂର୍ଯ୍ୟ ପରାଗ ହେବ । ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଏହି ସୂର୍ଯ୍ୟ ଗ୍ରହଣ ଜୈଷ୍ଠ ମାସର ଅମାବାସ୍ୟା ତିଥିରେ ହେବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜୁନ୍ ୧୦ ହେଉଛି ସାବିତ୍ରୀ ବ୍ରତ ଓ ଶନି ଜୟନ୍ତୀ । ସେହିଦିନ ହିଁ ସୂର୍ଯ୍ୟପରାଗ ହେବ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଗ୍ରହଣ ବେଳେ କୌଣସି ଶୁଭ କାର୍ଯ୍ୟ କରିବା ଠିକ୍ ନୁହେଁ । ଏହି ସମୟରେ ପୂଜା ଠାରୁ ଆରମ୍ଭ କରି ପାକ ନିଷେଧ କରାଯାଇଥାଏ । ମନ୍ଦିର ମଧ୍ୟ ବନ୍ଦ ରୁହେ । ଏହି ସୂର୍ଯ୍ୟ ଗ୍ରହଣ ଉତ୍ତର ଆମେରିକାର ଉତ୍ତର ଭାଗ, ୟୁରୋପ ଓ ଏସିଆ ମହାଦେଶରେ ଦେଖିବାକୁ ମିଳିବ । ଏହା ବ୍ୟତୀତ ଏହା ଉତ୍ତର କାନାଡା, ଗ୍ରୀନଲ୍ୟାଣ୍ଡ ଓ ରୁଷରେ ପରାଗର ସଂପୂର୍ଣ୍ଣ ଦୃଶ୍ୟ ଲୋକେ ଦେଖିପାରିବେ । ଭାରତରେ ସୂର୍ଯ୍ୟ ପରାଗ ଆଶିଂକ ଦୃଶ୍ୟମାନ ହେବ । ସୂର୍ଯ୍ୟ ଗ୍ରହଣର ସର୍ବାଧିକ ପ୍ରଭାବ ବୃଷ ରାଶି ଉପରେ ଦେଖାଯିବ । ଏହି ଦିନ ଚନ୍ଦ୍ରମା ବୃଷ ରାଶି ଉପରେ ପ୍ରଭାବ ପକାଇବ । ତେଣୁ ଏହି ରାଶିର ଲୋକମାନେ ସେମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନେବାକୁ ପଡ଼ିବ । ଏହା ବ୍ୟତୀତ ଆର୍ଥିକ କାରବାର କ୍ଷେତ୍ରରେ ସତର୍କତା ଅବଲମ୍ୱନ କରିବା ଉଚିତ ।

Leave A Reply

Your email address will not be published.