କଟକ ସଦର ବିଧାୟକ ଓ ନିଶ୍ଚିନ୍ତକୋଇଲି ବ୍ଲକ୍ ଉନୟନ ଅଧିକାରୀଙ୍କ ଉପସ୍ଥିତିରେ କୋରନା କଟକଣାକୁ ଖୁଲମ୍ ଖୋଲା ଉଲ୍ଲଘଂନ

161

ନିଶ୍ଚିନ୍ତକୋଇଲି : ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ରୂପ ଧାରଣ କରି ଅନେକ ମାନବ ଜୀବନ ଲୋପ କରିବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରି ସମସ୍ତ ଜନସାଧାରଣଙ୍କୁ ମାସ୍କ ପରିଧାନ, ସାନିଟାଇଜକରଣ ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱାରୋପ କରିଛନ୍ତି । ଏଭଳି ସ୍ଥଳେ ଖୋଦ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଓ ନିଶ୍ଚିନ୍ତକୋଇଲି ବ୍ଲକ୍ ଉନ୍ନୟନ ଅଧିକାରୀ କର୍ନଦେବ ସମ୍ଧାର ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ପରିସରରେ ଶହ ଶହ ସଂଖ୍ୟାରେ ଆଶା, ଅଙ୍ଗନୱାଡି କର୍ମୀ, କୁଜି ନେତାମାନଙ୍କୁ ନେଇ ମହାମାରି କରୋନା ପାଇଁ କୀଟ୍ ପ୍ରଦାନ କରିଛନ୍ତି ।

ଏଠାରେ ପ୍ରଶ୍ନ ଉଠେ ଯଦି ଖୋଦ ବିଧାୟକ ଓ ବ୍ଲକ୍ ପ୍ରଶାସନ ନିୟମକୁ ମାନିବେ ନାହିଁ ସାଧାରଣ ଲୋକମାନେ ଏହାକୁ କେତେଦୂର ମାନିବେ । ଏଠାରେ ସୂଚନାଯୋଗ୍ୟ ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ର ରେ ଗତ କିଛି ଦିନ ହେବ ବହୁ ପରିମାଣରେ କରୋନା ପଜିଟିଭ କେଶ ବାହାରିଛି । ଯାଦ୍ୱାରାକି ସମଗ୍ର ବ୍ଲକ ଅଞ୍ଚଳର ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆହୁରି ମଧ୍ୟ ସରକାରଙ୍କ ଦ୍ବାରା ମହାମାରୀ କରୋନା ପାଇଁ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରାଯାଇଛି । ଏପରି ସ୍ତଳେ ବିଧାୟକ ଶ୍ରୀ ବେହେରା ଖୋଲମ ଖୋଲା ଭାବେ କୋଭିଡ ନିୟମକୁ ଉଲଘଂନ କରିବା ଘଟଣା ଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଠାରେ ପ୍ରଶ୍ନ ଉଠେ ଏହି କୀଟ୍ ବଣ୍ଟନ କର୍ଯ୍ୟକ୍ରମରେ ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳର ଶତାଧିକ ଆଶା, ଅଙ୍ଗନୱାଡି କର୍ମୀମନଙ୍କୁ କାହା ସ୍ୱାର୍ଥ ପାଇଁ ଡ଼କାଯାଇଥିଲା । ସରକାର ଘରେ ଘରେ ସହାୟତା ପ୍ରଦାନ ପାଇଁ ବନ୍ଦୋବସ୍ତ କରୁଥିଲା ବେଳେ ଏତେ ସଂଖ୍ୟକ ମହିଳା କର୍ମୀମାନଙ୍କୁ ପ୍ରଚଣ୍ଡ ଖରା ରେ ଏକଜୁଟ କରି ବାହା ବାହା ନେବା କେତେଦୂର ଠିକ । ବହୁ ବୁଦ୍ଧିଜୀବି ମହଲରେ ଏହାକୁ ଗଭୀର ନିନ୍ଦା କରାଯାଇଥିବାର ନଜିର ରହିଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନିଶ୍ଚିନ୍ତକୋଇଲି ଗୋଷ୍ଠି ସ୍ୱାସ୍ତ୍ୟ କେନ୍ଦ୍ରରେ ଆଜି ମଧ୍ୟ 5 ରୁ ଉର୍ଦ୍ଧ୍ବ ପଜିଟିଭ କେଶ ରହିଛି । ତେବେ ଏତେ ସବୁ କଟକଣା ମଧ୍ୟରେ ଖୋଦ କଟକ ସଦର ବିଧାୟକ ଓ ନିଶ୍ଚିନ୍ତକୋଇଲି ବ୍ଲକ୍ ଉନ୍ନୟନ ଅଧିକାରୀ କରୋନା କଟକଣା ନିୟମକୁ ଫୁ କରିବା ଘଟଣାଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave A Reply

Your email address will not be published.