ସାଲେପୁର ଶିଶୁଆ ଗାଁରେ ଭୟାବହ ଅଗ୍ନିକାଣ୍ଡ।ଲକ୍ଷାଧିକଟଙ୍କାର କ୍ଷତି

158

ସାଲେପୁର : ସାଲେପୁର ବ୍ଲକ ଶିଶୁଆ ପଞ୍ଚାୟତରେ ତିନିବଖରା ଘର ଜଳିପୋଡି ପାଉଁଶ ହୋଇଯାଇଥିବାବେଳେ ଏହି ଅଗ୍ନି କାଣ୍ଡରେ ଚାରୋଟି ପରିବାର ବହୁ ମାତ୍ରାରେ କ୍ଷତି ଗ୍ରସ୍ତ ହୋଇଛନ୍ତି। ଜିତେନ୍ଦ୍ର ନାଥ ସର୍ମା, ଦେବେନ୍ଦ୍ର ନାଥ ସର୍ମା, ଶ୍ୟାମ ସୁନ୍ଦର ନାଥ, ବିଶ୍ୱଜିତ ନାଥଙ୍କ ଘର ସମ୍ପୂର୍ଣ୍ଣପୋଡି ଯାଇଛି । ଘରେ ଚୁଲିରେ ରୋଷେଇ କରି ଖାଇ ଶୋଇଥିବା ସମୟରେ ହଠାତ ଝଡି ପବନ ବର୍ଷା ଆସିଥିଲା ଚୁଲିରୁ ଜଳନ୍ତା ପାଉଁଶ ଉଡିଯାଇ ଘରେ ଲାଗିଥିବାର ଅନୁମାନ କରାଯାଉଛି । ପବନ ଝଡି ଏତେମାତ୍ରାରେ ହୋଇଥିଲା ଯେ ଅଗ୍ନିଶମଗାଡି ଆସିଲା ବେଳକୁ ଘର ସମ୍ପୂର୍ଣ ପୋଡିଯାଇଥିଲା । ଏହି ଅଗ୍ନି କାଣ୍ଡରେ ଲକ୍ଷା ଧିକ ଟଙ୍କାର ଜିନିଷ ପୋଡି ଯାଇଥିବା ବେଳେ ଏଥିରେ ସାଲେପୁର ବିଧାୟକ ପ୍ରଶାନ୍ତକୁମାର ବେହେରା, ଆତ୍ମାର ସଭାପତି ଦିଲ୍ଲୀପକୁମାର ଦାସ ଦୁଃଖ ପ୍ରକାଶ କରି ଅଗ୍ନିବିପନ୍ନ ପରିବାରଙ୍କୁ ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.