ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ୫୫ ଏକର ଚିଲିକା କୂଳରୁ ବେଆଇନ ଚିଙ୍ଗୁଡ଼ି ଘେରୀ ଉଚ୍ଛେଦ

174

ଟାଙ୍ଗୀ : ମରାଳ ମ‍ାଳିନୀ ନିଳାମ୍ଵୁ ଚିଲିକାରେ ଶହ ଶହ ମତ୍ସ୍ୟଜୀବି ମାଛ ମାରି ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି । ହେଲେ ଚିଲିକାରେ କେତେକ ଅସାଧୁ ମାଫିଆ ଵେଆଇନ ଘେରି କରିବା ଯୋଗୁଁ ଚିଲିକାରେ ମାଛ ଉତ୍ପାଦନ ଦିନକୁ ଦିନ କମ୍ ହେବା ସହ ଚିଲିକା ତାର ସୌନ୍ଦର୍ଯ୍ୟ ହରାଉଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ମତେ ଚିଲିକାରେ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନକୁ ଖୋର୍ଦ୍ଧା, ପୁରୀ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ସହକାରେ ନେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ତିନି ଥର ଉଚ୍ଛେଦ କରାଯାଇଥିଲା । ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟିଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା l ଆଜି ମୋଟ୍ ୫୫ ଏକର ଘେରି ଉଚ୍ଛେଦ ହୋଇଥିବାର ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି l ଦେଶୀ ଡ଼ଙ୍ଗା ସାହାଯ୍ୟରେ ଘେରି ଉଚ୍ଛେଦ କରାଯାଇ ଜାଲ ଗୁଡିକୁ ଜଵତ କରିଛି ପ୍ରଶାସନ । ଶାନ୍ତି ଶୃଙ୍ଖଳା ରକ୍ଷା କରିଵା ପାଇଁ ସେଠାରେ ୨ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା ।

Leave A Reply

Your email address will not be published.