ରାସ୍ତା କଡ଼ରୁ ନବଜାତ ଶିଶୁକନ୍ୟା ଉଦ୍ଧାର

167

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆପଡ଼ା ନିକଟ ରାସ୍ତା କଡ଼ରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ଉଦ୍ଧାର ହୋଇଥିବା ଏହି ଶିଶୁକନ୍ୟାକୁ ଚାଇଲ୍ଡ ଲାଇନ୍ କୁ ହସ୍ତାନ୍ତର କରାଯାଇଛି । ପରେ ନବଜାତ ଶିଶୁକନ୍ୟାକୁ ଚିକିତ୍ସା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଶିଶୁଟି ସାମାନ୍ୟ ଅସୁସ୍ଥ ଥିବା ସୂଚନା ମିଳିଛି । ଘଟଣା ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ ଆଜି ସଟ୍ ଡାଉନ୍ ଥିବାରୁ ଆସନ୍ତା କାଲି ଏ ସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ବାଣିଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.