ଗାଡ଼ି ସାଇଡ଼ କରାଇବାକୁ ନେଇ ବଚସା : ସଙ୍ଘବଦ୍ଧ ଆକ୍ରମଣରେ ବିଜେପି ନେତା ମୃତ

171

ବାରିପଦା : ଗତକାଲି ରାତିରେ କାର୍ ସାଇଡ଼୍ କରିବା ଘଟଣାକୁ ନେଇ ହୋଇଥିଲା ବଚସା । ଏହାକୁ କେନ୍ଦ୍ର କରି କେତେକ ଯୁବକଙ୍କ ସଙ୍ଘବଦ୍ଧ ଆକ୍ରମଣରେ ବିଜେପି ନେତାଙ୍କ ମୃତ୍ୟୁ ହୋଇଛି । ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ନୂଆସାହି କୁସୁମପୁର ଛକ ନିକଟରେ । ଗତ ଜୁନ୍ ୫ ତାରିଖ ରାତି ପ୍ରାୟ ୧୦ଟା ସମୟରେ ଏହି ଘଟଣା ଘଟିଯାଇଛି । ମୃତ ବିଜେପି ନେତା ଜଣକ ବାଳେଶ୍ୱର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପ୍ରଭାରୀ ରଞ୍ଜିତ କୁମାର ପ୍ରଧାନ (୪୮) ବୋଲି ଜଣାପଡ଼ିଛି ।

ସେ ଗତକାଲି ରାତିରେ ନୂଆସାହି ଅଂଚଳରେ ଥିବା ତାଙ୍କ ଶ୍ୱଶୁର ଘରକୁ ଆସୁଥିବା ବେଳେ କୁସୁମପୁର ଛକରେ କାର୍ ସାଇଡ଼ କରିବାକୁ ନେଇ ସ୍ଥାନୀୟ କେତେକ ଯୁବକମାନଙ୍କ ସହିତ ତାଙ୍କର ବଚସା ହୋଇଥିଲା । ଏଥିରେ ଯୁବକମାନେ ଉତକ୍ଷିପ୍ତ ହୋଇ କାର୍ ଭିତରୁ ରଞ୍ଜିତଙ୍କୁ ବାହାରକୁ ଟାଣି ଆଣି ସଙ୍ଘବଦ୍ଧ ଭାବେ ମାରପିଟ ଆରମ୍ଭ କରିଦେଇଥିଲେ ଏବଂ ଏଥିରେ ରଞ୍ଜିତଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ କପ୍ତିପଦା ଥାନା ପୁଲିସ ପହଁଚି ଶବକୁ ଜବତ କରି ଉଦଳା ହସପିଟାଲକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ମାମଲାରେ ୩ ଜଣ ଅଭିଯୁକ୍ତଙ୍କୁ ଘିରଫ କରିଥିବାର ଜଣାପଡ଼ିଛି ।

Leave A Reply

Your email address will not be published.