ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଳାରେ ଲାଲ ବାହିନୀର ହାତ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନ ଯାପନ କରିବା ପାଇଁ ଆଜି ସୁକୁମା ଜିଲ୍ଲା ପୋଲିସ ମୁଖ୍ୟାଳୟରେ ୮ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏମାନଙ୍କ ମଧ୍ୟରେ ଜଣଙ୍କ ନାମରେ ୨ ଲକ୍ଷ ଟଙ୍କା ପୁରସ୍କାର ରହିଥିବାବେଳେ ଅନ୍ୟ ଜଣେ ମାଓବାଦୀ ବନ୍ଧୁକ ସହ ଆତ୍ମସମର୍ପଣ କରିଥିଲା । ସିଆରପିଏଫ ଡ଼ି ଆଇ ଜି ୟୋଜ୍ଞାନ ସିଂ, ସୁକୁମା ଜିଲ୍ଲାପାଳ ବିନୀତ ନନ୍ଦନବର, ସୁକୁମା ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ଏଲ ଧ୍ରୁବ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସଚିନ୍ଦ୍ର ଚୋବେ, ସିଆରପିଏଫ କମଣ୍ଡାର ଧର୍ମେନ୍ଦ୍ର ସିଂ ଓ ତାସି ଗୟାଳିକ ଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଥିଲେ ।
ଆତ୍ମସମର୍ପଣ କରିଥିବା ମାଓବାଦୀ ମାନେ ହେଲେ ୨ ଲକ୍ଷ ପୁରସ୍କାର ଘୋଷିତ ପ୍ଲାଟୁନ 4 ସଦସ୍ୟ ବଞ୍ଜାମ ଭୀମା, ଡ଼ି ଏ କେ ଏମ ଏସ ସଦସ୍ୟ ରବି, ଜିଆରଡ଼ି କମଣ୍ଡାର କୌସା, ମିଲିସିଆ ସଦସ୍ୟ ଦେବ, ଦରଦୀ ଗଙ୍ଗା, ସୋଡି ଦୁଲା, କବାସୀ ଦେବା ଓ ସି ଏନ ଏ ଏମ ସଦସ୍ୟ ମାଡ଼କି କଳାବତୀ । ଏହି ୮ ଜଣଙ୍କ ମଧ୍ୟରୁ କବାସୀ ଦେବା ବନ୍ଧୁକ ସହ ଆତ୍ମସାମର୍ପଣ କରିଥିଲା । ଏମାନଙ୍କୁ ମାଓବାଦୀ ଥଇଥାନ ପ୍ୟାକେଜ ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏସପି ଶ୍ରୀ ଧ୍ରୁବ ପ୍ରକାଶ କରିଛନ୍ତି ।