ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ କଲା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ

173

ଭୁବନେଶ୍ୱର : ରାଜ୍ୟର କୋଭିଡ୍ ଲଢେଇରେ ନିଜର ଯୋଗଦାନ ସ୍ୱରୂପ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଂଘ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩ ଲକ୍ଷ ଟଙ୍କା ଦାନ କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ରାଜ୍ୟ ଲୋକସେବା ଭବନଠାରେ ସଂଘର ଅଧ୍ୟକ୍ଷ ଗୌରୀଶଙ୍କର ଦାଶ ଏବଂ ସାଧାରଣ ସଂପାଦକ ସାତ୍ୱିକ୍ ସ୍ୱାଇଁଙ୍କ ଠାରୁ ଏହି ରାଶିର ଚେକ୍ ଗ୍ରହଣ କରିଛନ୍ତି ।

ଚେକ୍ ପ୍ରଦାନ ସମୟରେ ଶ୍ରୀ ଦାଶ କହିଥିଲେ ଯେ ରାଜ୍ୟ ସରକାରଙ୍କ କୋଭିଡ୍ ଲଢେଇରେ ଆମେ ଆମର ଛୋଟ ଅବଦାନ ରଖିବା ସହ ମହାମାରି ନିୟନ୍ତ୍ରଣରେ ବ୍ୟାପକ ବ୍ୟବସ୍ଥା ଓ କାର୍ଯ୍ୟକ୍ରମ କରୁଥିବାରୁ ମୁଁ ରାଜ୍ୟସରକାରଙ୍କୁ କୃତଜ୍ଞତା ଜଣାଉଛି । ଏତାଦୃଶ ସହଯୋଗ ପାଇଁ ମୁଖ୍ୟ ଶାସନ ସଚିବ ସଂଘର ସଦସ୍ୟ ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସହ ନିଜ ଶିଳ୍ପାନୁଷ୍ଠାନ ତଥା ବ୍ୟକ୍ତିଗତ ସ୍ତରରେ କାରୋନା ନିୟମ ଅନୂପାଳନ ଓ ସଚେତନତା କାର୍ଯ୍ୟ ଚଳାଇ ରଖିବାକୁ ଅନୁରୋଧ କରିଥଲେ ।

Leave A Reply

Your email address will not be published.