ସୁଖ ଦୁଃଖର ସାଥି ହୋଇ ମନ୍ତ୍ରୀ ପ୍ରତାପ ଜେନା ସହାୟତାର ହାତ ବଢାଇଲେ

178

ମାହାଙ୍ଗା : ମାହାଙ୍ଗା ବିଧାୟକ ତଥା ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ତରଫରୁ ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଂଚାୟତ ମହାବୀର ଅଟୋ ଓ ଟ୍ରଲି ଚାଳକ ସଂଘର ୬୦ ରୁ ଉର୍ଦ୍ଧ୍ବ ଚାଳକଙ୍କୁ ମହାମାରି କରୋନା କାଳରେ ବିଭିନ୍ନ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି । ମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ ବିଜେଡି ଉପସଭାପତି ଅଶୋକ କୁମାର ଓଝା,୨୬ନଂ ଜୋନ ସଭାପତି ଜ୍ୟୋତିପ୍ରକାଶ ସ୍ୱାଇଁ, କଟିକଟା ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ ପଣ୍ଡା, ବଜାର ବ୍ୟବସାୟୀ ସଂଘ ସଭାପତି ସଂଜୟ କୁମାର ବାରିକ, ସମ୍ପାଦକ ମନୋରଞ୍ଜନ ଭୂୟାଁ, ଜୟନ୍ତ କୁମାର ସାହୁ,ସାମ୍ୱାଦିକ ରଘୁନାଥ ସିଂ,ପ୍ରମୋଦ ସ୍ୱାଇଁ ପ୍ରମୁଖ ଯୋଗଦାନ କରି ରାସନ ବଣ୍ଟନ କରିଥିଲେ ।

ତେବେ ଏହିଭଳି ପରିସ୍ଥିତିରେ ଏଭଳି ମହତ କାର୍ଯ୍ୟ ପାଇଁ ସମସ୍ତ ଅଟୋ ଓ ଟ୍ରଲି ଚାଳକ ଭାଇମାନେ ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସୁଖ ଦୁଃଖର ସାଥି ହୋଇ ମନ୍ତ୍ରୀ ପ୍ରତାପ ଜେନା ସବୁ ସମୟରେ ସହାୟତାର ହାତ ବଢାଇଥିବାରୁ ବୁଦ୍ଧିଜୀବି, ଆଇନଜୀବୀ,ସାଧାରଣ ଜନତାଙ୍କ ମହଲରେ ଭୁରି ଭୁରି ପ୍ରଶଂସା କରାଯାଇଛି ।

Leave A Reply

Your email address will not be published.