ରୋଜଗାର ହରାଇଥିବା ହରିଜନ ଲୋକଙ୍କୁ ଖାଦ୍ୟସାମଗ୍ରୀ ବଂଟନ

181

କଣାସ : ପୁରୀ ଜିଲ୍ଲା କଣାସ ବ୍ଲକ ଅନ୍ତର୍ଗତ ପାଣ୍ଡିଆକେରା ଗ୍ରାମପଚାଂୟତର ବିଭିନ୍ନ ଗ୍ରାମରେ କୋଭିଡ୍ କଟକଣା ଯୋଗୁଁ କାମଧନ୍ଦା ନ ପାଇ ଘରେ ବସିରହିଥିବା ହରିଜନ ଓ ଗରିବ ଲୋକମାନଙ୍କୁ କଣାସ ବଜାରରେ ପ୍ରତିଷ୍ଠିତ ସୁନାମଧନ୍ୟ ଲୁଗା ବ୍ୟବସାୟ ପ୍ରତିଷ୍ଠାନ ସ୍ୱାଧୀନ ଗ୍ରାରମେଂଟ ତରଫରୁ ଖାଦ୍ୟସାମଗ୍ରୀ ପ୍ୟାକେଟ୍ ୩୦୦ ପରିବାରଙ୍କୁ ବଂଟନ କରାଯାଇଛି । ପାଣ୍ଡିଆକେରା ପଚାଂୟତର ତୁଳସୀପୁର, ଭାଟପଡା, ବଗିପଡା, ବାଙ୍କତଳ, ଗଡମାଟିଆପଡା ଗ୍ରାମର ୩୦୦ ହରିଜନ ଓ ଗରିବ ପରିବାରଙ୍କୁ ପରିବାର ପିଛା ଅଟା ୧ କେଜି, ସୁଜି ୫୦୦ ଗ୍ରାମ, ଚିନି ୫୦୦ ଗ୍ରାମ, ଡାଲି ୫୦୦ ଗ୍ରାମ, ଲୁଣ ୧ କେଜି, ସିମେଇଁ ୧ ପ୍ୟାକେଟ୍‌, ବିସ୍କେଟ୍ ଓ ସାବୁନ ଥିବା ବ୍ୟାଗ ବଂଟନ କରାଯାଇଥିଲା ।

ସ୍ୱାଧୀନ ଗ୍ରାରମେଂଟର ମାଲିକ ଗଡମାଟିଆପଡା ଗ୍ରାମର ସ୍ୱାଧିନ କୁମାର ଛୋଟରାୟ ଓ କର୍ମଚାରୀ ରତିକାନ୍ତ ଛୋଟରାୟ, ମନୋରଂଜନ ପଣ୍ଡା, ସୁକାନ୍ତ ପରିଡା, ସୁରଶ୍ରୀ ଛୋଟରାୟ, ପୂଜାରାଣୀ ପରିଡା, ଓମ୍ ପ୍ରକାଶ ମହାରର୍ଥା ପ୍ରମୁଖ ଏହି ବଂଟନ କାର୍ଯ୍ୟରେ ସହଯୋଗ କରିଥିଲେ ।

Leave A Reply

Your email address will not be published.