ସର୍ବଭାରତୀୟ ସ୍ତରରେ ବ୍ରହ୍ମପୁର ଆଇଟିଆଇକୁ ୧୨ତମ ର‌୍ୟାଙ୍କ

179

ଗଞ୍ଜାମ : ଗୁଣାତ୍ମକ ତାଲିମ୍ ପ୍ରଦାନ କ୍ଷେତ୍ରରେ ସର୍ବଭାରତୀୟ ସ୍ତରରେ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ୍ କେନ୍ଦ୍ର (ଆଇଟିଆଇ) ୧୨ତମ ର‌୍ୟାଙ୍କ୍ ହାସଲ କରିଛି । ଏଥି ସହ ରାଜ୍ୟର ସମସ୍ତ ଆଇଟିଆଇଙ୍କ ମଧ୍ୟରେ ଶ୍ରେଷ୍ଠ ମାନ୍ୟତା ହାସଲ କରିଛି । ଏନେଇ ଏହି ଅନୁଷ୍ଠାନର ଅଧ୍ୟକ୍ଷ ଡଃ. ରଜତ କୁମାର ପାଣିଗ୍ରାହୀ ସୂଚନା ଦେବା ସହ ଏହା ଆମ ଅନୁଷ୍ଠାନ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାର ଅନ୍ୟ ଏକ ଶିଳ୍ପ ତାଲିମ୍ କେନ୍ଦ୍ର ହିଞ୍ଜିଳି ସରକାରୀ ଆଇଟିଆଇ ସର୍ବଭାରତୀୟ ସ୍ତରରେ ୨୧ତମ ର‌୍ୟାଙ୍କ୍ ହାସଲ କରି ସାରା ରାଜ୍ୟରେ ଦ୍ୱିତୀୟ ଶ୍ରେଷ୍ଠ ମାନ୍ୟତା ହାସଲ କରିଛି ।

Leave A Reply

Your email address will not be published.