କଥା ଦେଇ କଥା ରଖିଲେ ଚିତ୍ତରଞ୍ଜନ

186

ମାଲକାନଗିରି : କିଛିଦିନ ତଳେ ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଶବ ନେବାପାଇଁ ଗାଡ଼ିର ଅଭାବ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟି ଥିଲା । ଏହିଭଳି ଏକ ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳର ସୁପରିଚିତ ସମାଜସେବୀ ଚିତ୍ତରଞ୍ଜନ ପଟ୍ଟନାୟକଙ୍କ ହୃଦୟରେ ବହୁତ ଆଘାତ ଦେଇଥିଲା । ସେଥିପାଇଁ ସେ ଏକ ନିଷ୍ପତ୍ତି ନେଇଥିଲେ କି, ଆଗକୁ ଯଦି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୈାଣସି ବ୍ୟକ୍ତିର ଶବକୁ ନେବାପାଇଁ ଗାଡ଼ିର ଆବଶ୍ୟକତା ପଡେ ତେବେ ସେ ନିଜ ଗାଡ଼ି ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଯେକୌଣସି ବ୍ୟକ୍ତି ଯେତେବେଳେ ମଧ୍ୟ ତାଙ୍କ ସହ ଯୋଗାଯୋଗ କରି ଏହି ସୁବିଧା ପାଇ ପାରିବେ ବୋଲି କହିଥିଲେ ।

ସୂଚନା ଅନୁସାରେ ଆଜି ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କୁମାରପୁଟ ଗ୍ରାମର ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା ଏବଂ ପରିବାର ଲୋକେ ଶବକୁ ନେବାପାଇଁ ଗାଡ଼ି ଖୋଜୁଥିଲେ । ପରେ ମୃତକଙ୍କ ପରିବାର ଲୋକ ଚିତ୍ତରଞ୍ଜନଙ୍କୁ ଯୋଗା ଯୋଗ କରିବା ମାତ୍ରେସେ ନି ଜେ ସେଠାରେ ଗାଡ଼ି ନେଇ ପହଞ୍ଚିଥିଲେ ଏବଂ ପ୍ରଥମ ଥର ପାଇଁ ଶବକୁ ତାଙ୍କ ଘରେ ନେଇ ପହଞ୍ଚାଇଲେ । ତାଙ୍କର ଏହିଭଳି ମହାନ୍ କାର୍ଯ୍ୟ ଏବଂ ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସମସ୍ତଙ୍କ ମୁଖରେ କେବଳ ଗୋଟିଏ କଥା ଚର୍ଚ୍ଚା ହେଉଛି “ଯାହା କହିଥିଲେ ତାହା କାର୍ଯ୍ୟରେ ପରିଣତ କରି ଦେଖାଇଲେ ।”

Leave A Reply

Your email address will not be published.