କୋଭିଡ଼୍ ଟୀକା ନେବା ପରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

166

ରାଉରକେଲା : କୋଭିଡ଼୍ ଟୀକା ନେବା ପରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ନାମ କବିତା ଦନ୍ତାଳୀ । ୩୨ ବର୍ଷିୟା କବିତା ରାଉରକେଲା ପ୍ଲାଂଟ ସାଇଟ୍ ଥାନା ଅନ୍ତର୍ଗତ ମାଗୁଣି ବସ୍ତିରେ ରହୁଥିଲେ ।

ଗତ ୧୭ ତାରିଖ ଅପରାହ୍ନ ୪ଟା ସମୟରେ ସେ ଗୁରୁଦ୍ୱାର ରୋଡ଼ ଟୀକାକରଣ କେନ୍ଦ୍ରରେ କୋଭିଡ଼୍ ଟୀକା ନେଇଥିଲେ । ୧୮ ତାରିଖ ସକାଳେ ସେ ଅସୁସ୍ଥ ଅନୁଭବ କରିଥିଲେ । ଏହା ପରେ ପରିବାର ଲୋକେ ତାଙ୍କୁ ଆରଜିଏଚ୍ ରେ ଭର୍ତି କରିଥିଲେ ।ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଅନ୍ୟପକ୍ଷରେ କୋଭିଡ଼୍ ଟୀକା ଯୋଗୁଁ କବିତାଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଟୀକା ନେବା ପରେ ତାଙ୍କର ମୃତ୍ୟୁ ଘଟିଥିବାରୁ କେନ୍ଦ୍ର ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ତାଙ୍କର ଶବ ବ୍ୟବଚ୍ଛେଦ କରାଯିବ । ସେଥିନେଇ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ବୁର୍ଲା ମେଡିକାଲକୁ ପଠାଯାଇଛି । ଅପରପକ୍ଷେ ଆରଜିଏଚରୁ ଡେଥ୍ ମେମୋ ପାଇବା ପରେ ପ୍ଲାଂଟ ସାଇଟ୍ ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଚଳାଇଛି ।

Leave A Reply

Your email address will not be published.