ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ରାୟଗଡ ବ୍ଲକରେ ଧର୍ମ ପରିବର୍ତ୍ତନ ନେଇ ୧୦ଗୋଟି ପରିବାରଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଗୋଷ୍ଠୀ ବିଭିନ୍ନ ଭାବେ ଚାପ ପ୍ରୟୋଗ ସହ ଧମକ ଚମକ ଦେଉଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ରାୟଗଡ ଲଙ୍ଗାସାହି ଗ୍ରାମରେ ୩୫ଗୋଟି ପରିବାର ଦୀର୍ଘ ବର୍ଷ ଧରି ବାସ କରି ଆସୁଛନ୍ତି । ଇତି ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଧର୍ମର ଗୋଷ୍ଠୀ ୨୫ ଗୋଟି ପରିବାରଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଅନ୍ୟ ଧର୍ମକୁ ପରିବର୍ତ୍ତନ କରିଥିଲେ । ବର୍ତ୍ତମାନ ସେହି ଗ୍ରାମରେ ଧର୍ମ ପରିବର୍ତ୍ତନ ନ କରି ରହିଥିବା ଅନ୍ୟ ୧୦ ପରିବାରଙ୍କୁ ଏହି ନିର୍ଦ୍ଦିଷ୍ଟ ଧର୍ମର ଗୋଷ୍ଠୀ ବିଭିନ୍ନ ପ୍ରଲୋଭନ ଓ ଚାପ ପ୍ରୟୋଗ କରିବା ସତ୍ୱେ ଏହି ୧୦ପରିବାର ଧର୍ମ ପରିବର୍ତ୍ତନ ପାଇଁ ରାଜି ନ ହେବାରୁ ବିବିନ୍ନ ଭାବେ ଦମକ ଦେଇ ଭୟଭିତ କରୁଥିବା ନେଇ ରାୟଗଡ ଥାନାରେ ଏହି ପରିବାରଙ୍କ ତରଫରୁ ଅଭିଯୋଗ କରାଯାଇଛି । ରାୟଗଡ ବ୍ଲକର ବିଭିନ୍ନ ସଂଗଠନ ଏହାକୁ ନିନ୍ଦା କରିବା ସହ ତୁରନ୍ତ ଏହି ପରିବାର ମାନଙ୍କୁ ସୁରକ୍ଷା ଦେବା ସହ ଧର୍ମ ପରିବର୍ତ୍ତନ ପାଇଁ ଚାପ ପ୍ରୟୋଗ କରି ଭୟଭୀତ କରୁଥିବା ଗୋଷ୍ଠିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବି ହୋଇଛି ।
Sign in
Sign in
Recover your password.
A password will be e-mailed to you.