ଲଖିଧରଙ୍କ ଚିକିତ୍ସାରେ ଅର୍ଥ ସାଜିଛି ବାଧକ

170

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଂଚାୟତ କଂଗ୍ରା ଗ୍ରାମର ଲଖିଧର ଦଳପତି (୧୮)ଙ୍କ ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବାରୁ ପରିବାର ଲୋକ ଚିକିତ୍ସା ପାଇଁ କୌଣସି ବଡ ଡାକ୍ତରଖାନାକୁ ନେଇ ନ ପାରି ଦେଶୀ ଚିକିତ୍ସା କରାଇବାରୁ ବର୍ତ୍ତମାନ ଲଖିଧରଙ୍କ ଅବସ୍ଥା ଏକ ପ୍ରକାର ଦୟନୀୟ ସ୍ଥିତିରେ ରହିଛି । ବିନା ସାହାରାରେ ସେ ଝାଡା, କିମ୍ବା ପରିସ୍ରା ଯାଇ ପାରୁନାହାନ୍ତି । ଏ ଦିଗରେ ଜିଲ୍ଲାପାଳ ଏକ ସତନ୍ତ୍ର ଦୃଷ୍ଟି ଦେଇ ଚିକିତ୍ସା ପାଇଁ ସହାୟତା କରିବା ସକାଶେ ପରିବାର ଲୋକେ ନିବେଦନ କରିଛନ୍ତି ।

ମିଳିଥିବା ସୂଚନାନୁସାରେ ଚକଲା ପଦର, ଫଚାୟତ ଅନ୍ତର୍ଗତ କଂଗ୍ରା ଗ୍ରାମର ଗଙ୍ଗାଧର ଦଳପତିଙ୍କ ପୁଅ । ଲଖିଧର ଦଳପତି ଦୁଇ ବର୍ଷ ତଳେ କୌଣଷି କାମରେ ବାଇକ୍ ଯୋଗେ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଳକ ବେହେରା, ଗ୍ରାମକୁ ଯାଇଥିଲା । ସେଠାରୁ କାମ ସାରି ନିଜ ଗ୍ରାମକୁ ଫେରୁଥିବା ସମୟରେ ବାଇକ ଦୁର୍ଘଟଣା ଗ୍ରସ୍ତ ହେବାରୁ ଲଖୀଧରର ବାମ ଗୋଡରେ ଗଭିର ଆଘାତ ଲାଗିବା ସହ ବାମପାଦ ଫୁଲି ଜାଇ ଥିଲା । ସେଠାରୁ ତାଙ୍କୁ ଧର୍ମଗଡ ହସପିଟାଲରେ ପରିବାର ଲୋକେ ଚିକିତ୍ସା କରିଥିଲେ । ତାଙ୍କ ପାଦର ଫୁଲା ନ କମିବାରୁ ପରିବାର ଲୋକେ ଧାରକରଜ କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ । ସେଠାରେ ଭଲ ନ ହେବାରୁ ଡାକ୍ତର ଲଖିଧରକୁ କୌଣଷି ବଡ ଡାକ୍ତରଖାନା ନେଇ ଚିକିତ୍ସା କରିବାକୁ ପରାମର୍ଶ ଦେବାରୁ ପରିବାର ପାଖରେ ଅର୍ଥ ଅଭାବ ଯୋଗୁଁ ସେଠାରୁ ଘରକୁ ଫେରାଇ ଆଣି ଦେଶୀ ଚିକିତ୍ସା କରେଇ ଥିଲେ ।

ବର୍ତମାନ ଉପଯୁକ୍ତ ଚିକିତ୍ସା ଅଭାବରେ ଲଖିଧରଙ୍କ ଫୁଲି ଥିବା ପାଦରେ ଘା ହୋଇ କି ଘା ସୁଖୁ ନ ଥିବାରୁ ସେ ଚଲାବୁଲା କରି ନ ପାରି ଦିନ ରାତି ଯନ୍ତ୍ରଣାରେ ଛଟ ପଟ ହେଉ ଥିବାରୁ ପରିବାର ଲୋକେ ସଂପୁର୍ଣ୍ଣ ଭାବରେ ଭାଙ୍ଗି ପଡିଛନ୍ତି । ପରିବାର ଲୋକେ ଟେକି କି ନେଲେ ଲଖିଧର ଝାଡା କିମ୍ବା ପରିସ୍ରା ଜାଇ ପାରୁଛନ୍ତି । ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ଏତେ ସ୍ଵଚଲ ନୁହେଁ କୁଲି କଲେ ହିଁ ପରିବାରର ଚୁଲି ଜଳି ଥାଏ । କୌଣଷି ବଡ ଡାକ୍ତରଖାନା ନେଇ ପୁଅର ଚିକିତ୍ସା କରେଇବା ପାଇଁ ଗଙ୍ଗାଧର ପାଖରେ ଅର୍ଥ ନାହି । ଏ ପଟେ ଅର୍ଥ ଅଭାବରେ ଭେଣ୍ଡିଆ ପୁଅର ଭବିଷ୍ୟତ ନଷ୍ଟ ହେବାକୁ ଯାଉଛି । ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବୀ କରାଜାଇଛି । ଏ ଦିଗରେ ଜିଲ୍ଲାପାଳ ଏକ ସ୍ଵତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବୀ କରାଯାଇଛି ।

Leave A Reply

Your email address will not be published.