ଓଡ଼ିଶାରେ ଚିହ୍ନଟ ହେଲା ପ୍ରଥମ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ କରୋନା ଭାଇରସ

144

ଭୁବନେଶ୍ୱର: କୋଭିଡ-୧୯ର ୨ୟ ଲହର ଧୀରେ ଧୀରେ ହ୍ରାସ ପାଉଥିବା ବେଳେ ଡେଲ୍‌ଟା ପ୍ଲସ ଭ୍ୟାରିଆଣ୍ଟ ଓଡ଼ିଶାରେ ଚିହ୍ନଟ ହୋଇଛି ଦେବଗଡ଼ ଜିଲ୍ଲାରେ । ରାଜ୍ୟରେ ଏହା ହେଉଛି ପ୍ରଥମ ଘଟଣା । ନ୍ୟାସନାଲ ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲର ନିର୍ଦ୍ଦେଶକ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଏପର୍ଯ୍ୟନ୍ତ ୧୦ଟି ରାଜ୍ୟରେ ଡେଲ୍ଟା ପ୍ଲସ ରୋଗୀ ଚିହ୍ନଟ ହୋଇଥିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଏଯାବତ୍ ମୋଟ ୪୮ ଜଣ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଡେଲ୍ଟା ପ୍ଳସ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ରତ୍ନଗିରିର, ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ମଧ୍ୟପ୍ରଦେଶରୁ ୭ଜଣ, ପଞ୍ଜାବରୁ ୨ଜଣ, ମହାରାଷ୍ଟ୍ରରୁ ୨୦, ଗୁଜୁରାଟ୍ ୦୨, କେରଳ, ଆନ୍ଧ୍ରପ୍ରଦେଶ ୦୧, ତାମିଲନାଡ଼ୁ ୦୯, ଓଡ଼ିଶାରୁ ୦୧, ରାଜସ୍ଥାନ ୦୧, ଜମ୍ମୁ ୦୧ ଓ କର୍ଣ୍ଣାଟକରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଓଡ଼ିଶାରେ ଦେବଗଡ଼ ଜିଲ୍ଲାରେ ଜଣେ ବ୍ୟକ୍ତି ଡେଲ୍‌ଟା ପ୍ଲସ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କର ଯାତ୍ରା ବିବରଣୀ ଉପରେ ଅନୁଧ୍ୟାନ କରାଯାଉଛି । ସେ କେଉଁ ରାଜ୍ୟରୁ ଆସିଥିଲେ ଅବା ଓଡ଼ିଶାରେ ଥାଇ ସଂକ୍ରମିତ ହୋଇଛନ୍ତି, ସେନେଇ ଅନୁଧ୍ୟାନ ଜାରି ରହିଛି । ଡେଲ୍‌ଟା ପ୍ଲସ ଭାରିଆଣ୍ଟ ନେଇ ଡିଏମ୍‌ଇଟି ସିବିକେ ମହାନ୍ତି କହିଛନ୍ତି, ରୋଗୀଙ୍କ ପାଖକୁ ଯାଇ ଅନୁସନ୍ଧାନ କଲେ ଅଧିକ କଥା କହିହେବ । ଡେଲ୍‌ଟାର ଉପପ୍ରଜାତି ହେଉଛି ଡେଲ୍‌ଟା ପ୍ଲସ । ବର୍ତ୍ତମାନ କାଁ ଭାଁ ସ୍ଥାନରେ ଡେଲ୍‌ଟା ପ୍ଲସ ଭାରିଆଣ୍ଟ ଚିହ୍ନଟ ହେଉଛି ବୋଲି ସେ କହିଛନ୍ତି ।

Leave A Reply

Your email address will not be published.