ତିନି କିଲୋମିଟର ଖଟିଆରେ ବୁହା ହେଲା ଗଭବତୀ ମହିଳା

130

ରାୟଗଡ଼ା : ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକର କୁଚେଇପଦର ପଞ୍ଚାୟତର କିରାଆମ୍ବ ଗ୍ରାମର କସେଇ ମାଝିଙ୍କ ସ୍ତ୍ରୀ ବାସନ୍ତୀ ମାଝି ଗର୍ଭ ଯନ୍ତ୍ରଣା ଆରମ୍ଭ ହେବା ପରେ ପରିବାର ବର୍ଗ ୧୦୨ କୁ ଫୋନ କରିଥିଲେ ଓ ୧୦୮ ମଧ୍ୟ ଫୋନ କରିଥିଲେ । ଯାହା ଫଳରେ ଗୋଟିଏ ଯାଗକୁ ଦୁଇଟି ଗାଡି ଯାଇଥିଲେ ଏହା ପରେ, ଗୋଟିଏ ଗାଡି ଫେରି ଆସିଥିଲା । କିନ୍ତୁ କିରାଆମ୍ବ ଗ୍ରାମକୁ ଭଲ ରାସ୍ତା ନଥିବାରୁ ଗାଡିଟି ଗ୍ରାମ ଠାରୁ ତିନି କିଲୋମିଟର ଦୂରରେ ଅଟକି ରହିଥିଲା । ଯାହାଫଳରେ ଆମ୍ବୁଲାନ୍ସ ପାଖକୁ ଖଟିଆରେ ବୋହି ଆଣିଥିଲେ ।

ଏହା ପରେ ଭଗବତୀଙ୍କୁ ଟିକିରି ମେଡିକାଲକୁ ଅଣାଯାଇଥିଲା ଏହି ବିଷୟରେ ଡାକ୍ତରଙ୍କୁ ପଚାରି ବୁଝିଥିଲୁ । ସେ କହିଲେ ଯେ ଏବେ ଭଲ ଅଛନ୍ତି । ଏପରି ଦୃଶ୍ୟ କାଶିପୁର ବ୍ଲକରେ ବାରମ୍ଭାର ଦେଖିବାକୁ ମିଳିଛୁ । କିନ୍ତୁ ଏପରି ଖବର କାଶିପୁର ବ୍ଲକରେ ସବୁ ସମୟରେ ଦେଖ ଦେଉଥିଲେ ସୁଧା ସରକାର ବିଭିନ୍ନ ଯୋଜନା କରୁଥିଲେ ସୁଧା ଆଜି ପଯନ୍ତ କାଶିପୁର ବ୍ଲକ ବିଭିନ୍ନ ଗ୍ରାମର ଲୋକେ ଏଯାଇ ସେହି ସବୁ ଯୋଜନାରୁ ବଞ୍ଚିତ ହେଉଛନ୍ତି । ହେଲେ ଏଇଠି ପ୍ରଶ୍ନ ଉଠୁଛି ଯେ କେବେ କାଶିପୁରରେ ଏହି ସମସ୍ୟା ସମାଧାନ ହେବ ବୋଲି ବୁଦ୍ଧିଜିବି ମହଲରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.