ପ୍ରଧାନମନ୍ତ୍ରୀ ମୋଦି ‘ମନ କି ବାତ୍‌’ରେ ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ରଙ୍କୁ ମନେ ପକାଇଲେ

172

ଭୁବନେଶ୍ୱର : ଗତ ସପ୍ତାହରେ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଓଡ଼ିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କୁ ତାଙ୍କର କର୍ତବ୍ୟନିଷ୍ଠା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଡିଓ କାର୍ଯ୍ୟକ୍ରମ‘ମନ କି ବାତ୍‌’ରେ ମନେ ପକାଇଛନ୍ତି ।

ସେ କହିଛନ୍ତି ଯେ , ଦେଶ ଜଣେ କର୍ମବୀରଙ୍କୁ ହରାଇଲା । କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବି ସେ ନିଜର ସରକାରୀ କର୍ତବ୍ୟ ଜାରି ରଖିଥିଲେ । ଦେଶର ବିଭିନ୍ନ ଅଂଚଳରେ କିପରି ଅକ୍ସିଜେନ ପହଂଚିବ ସେ ତାହାର ବ୍ୟବସ୍ଥା କରୁଥିଲେ । ତାଙ୍କର ଅସୁସ୍ଥତା ବଢିଚାଲିଥିଲେ ବି ସେ ଅକ୍ଳାନ୍ତ ପରିଶ୍ରମ କରିଚାଲିଥିଲେ । ଏପରିକି ବିଶ୍ରାମ ନେବାକୁ କୁହାଯିବା ସତ୍ୱେ ବି ସେ ଭିଡିଓ କନଫରେନ୍ସିଂ ବୈଠକରେ ଯୋଗ ଦେଇଥିଲେ । ନିଜର ଦେଶବାସୀଙ୍କ ପାଇଁ ଏହିପରି ଥିଲା ତାଙ୍କର ନିଷ୍ଠା । କରୋନା ତାଙ୍କୁ ଆମଠାରୁ ଛଡ଼େଇ ନେଲା ବୋଲି ମୋଦୀ କହିଛନ୍ତି ।

Leave A Reply

Your email address will not be published.