କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିଙ୍ଗାରି ପଞ୍ଚାୟତର ମଲୁକୁଯବା ଗାଁକୁ ଯିବା ରାସ୍ତାରେ ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ ରହିଥିଲା । ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ବିଦ୍ୟୁତ ଖୁଣ୍ଟକୁ ନେଇ ମେଲୁକୁଯବା ଗାଁ ଲୋକେ ବିଦ୍ୟୁତ ବିଭାଗକୁ ବାରମ୍ବାର ଅଭିଯୋଗ କରି ଆସିଥିଲେ ମଧ୍ୟ ବିଦୁତ ବିଭାଗର ଖାମଖିଆଲି ଓ ଦାୟିତ୍ବ ହିନତା ଯୋଗୁଁ ଆଜି ପ୍ରବଳ ବର୍ଷା ହେବାରୁ ସେହି ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଗଲା । ଯାହା ଫଳରେ ଅନେକ ପଥଚାରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି । ବର୍ଷା ହେବା ଯୋଗୁଁ ସେହି ସମୟରେ ବିଦ୍ୟୁତ ସୋରାବର (କରେଣ୍ଟ କଟିଥିବା )ବନ୍ଦ ରହିଥିବାରୁ ତାରଛିଣ୍ଡି ନିକଟ କଲ୍ୟାଣି ନଦୀରେ ପଡି ରହିଥିଲେ ମଧ୍ୟ କୌଣସି କ୍ଷତି ହୋଇନଥିଲା ।
ବିଦ୍ୟୁତ ଖୁଣ୍ଟ ପଡିଯିବାରୁ ମେଲୁକୁଯବା ଗାଁ ଲୋକ ଦେଖି ବିଦ୍ୟୁତ ବିଭାଗକୁ ଖବର ଦେବାରୁ ଘଟଣା ସ୍ଥଳରେ ପହଞ୍ଚି ପଡିଥିବା ତାରକୁ ବିଛିନ୍ନ କରିଥିଲେ । ବିଦ୍ୟୁତ ଖୁଣ୍ଟ ବିପଦ ସଙ୍କୁଳ ଅବସ୍ଥାରେ ଏକ ବର୍ଷ ହୋଇ ରହିଥିବାରୁ ମେଲୁକୁଯବା ଓ ନିୟମଗିରି ବାସୀ ବିଭାଗ ଅଧିକାରୀକୁ ବାରମ୍ବାର ଅଭିଯୋଗ କରିବା ସହ ଗାଁ ଲୋକେ ନୂତନ ବିଦ୍ୟୁତ ଖୁଣ୍ଡ ନେଇ ଗାତ ଖୋଳି ରଖି, ଖୁଣ୍ଟ ପୋତିବା ପାଇଁ କହିଥେଲେ ମଧ୍ୟ ଖୁଣ୍ଟ ନ ପୋତି ଚୁପ ରହିଥିଲେ । ଯାହାଫଳରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଯିବାରୁ ବର୍ତ୍ତମାନା ସିଙ୍ଗାରି ପଞ୍ଚାୟତର ୩ ଟି ଗାଁ ମେଲୁକୁଯବା, କହଁରଗୁଡା, ନାରିଙ୍ଗତୋଳା ଓ ନିୟମଗିରି ପାହାଡର ପାର୍ସାଲି ପଞ୍ଚାୟତର ୬ ଟି ଗାଁ ବଡବୁଡୁଣି, ତେନ୍ତୁଳିପଦର, ମେଲେନ୍ଦା, ଚାଟିକଣା, କୃଷମୁହିଁ, ଟାଡ଼ମୁହିଁ ପ୍ରାୟ ୯ ଟି ଗାଁ ଏବେ ଅନ୍ଧାରେ ରହିଛି । ତୁରନ୍ତ ବିଦ୍ୟୁତ ବିଭାଗ ଦୃଷ୍ଟି ଦେଇ ସଳ୍ପ ସମୟରେ ନ ସଜାଡିଲେ ବିଦ୍ୟୁତ କାର୍ଯାଳୟ ଘେରାଉ କରିବୁ ବୋଲି ପାର୍ସାଲି ପଞ୍ଚାୟତ ସରପଞ୍ଚ ବାମ କାଡ୍ରାକା, ସୁନ୍ଦର ଭତ୍ରା, ନାଗେଶ୍ବର ଭତ୍ରା, କାମେଶ୍ବର ଭତ୍ରା, ହରିଭତ୍ରା, ବାମଣା ପ୍ରେପକା, ମୁଗୁରି ନାଣକା, ଅନନ୍ତରାଓ ନାଣାକା, ଗୋପି ନାଣାକା, ହିକକା ଆନନ୍ତା ରାଓ ପ୍ରମୁଖ ସୂଚନା ଦେଇଛନ୍ତି ।