ପି ଡି ଏସ ସାମଗ୍ରୀ ଯୋଗାଣ କରୁଥିବା ଏଜେଣ୍ଟ ମାନେ ଦୁର୍ନିତି/ବାଟମାରଣା କରି କୋଟିପତି ସାଜିଥିବା ଅଭିଯୋଗ

156

ଟିଟିଲାଗଡ଼ : କେନ୍ଦ୍ର ତଥା ରାଜ୍ୟ ସରକାର ଗରିବ ଲୋକଙ୍କ ନିମନ୍ତେ ପି ଡି ଏସ ଜରିଆରେ ଚାଉଳ, ଗହମ, କିରୋସିନି, ଡାଲି ଇତ୍ୟାଦି ଯୋଗାଇ ଦେଉଛନ୍ତି। ଲୋକଙ୍କ ନିକଟକୁ ସରଳରେ ଏହି ଜିନିଷ ପହଞ୍ଚାଇବା ପାଇଁ ବିଭିନ୍ନ ଅଞ୍ଚଳରେ ଏଯେଣ୍ଟ ନିଯୁକ୍ତି କରିଥାନ୍ତି, ଯାହାକି ସରକାରଙ୍କ ତରଫରୁ ଉତ୍ତମ ପଦକ୍ଷେପ ଅଟେ। ପରିତାପର ବିଷୟ ପ୍ରାୟତ ଏହି ଜିନିଷ ଯୋଗାଣ କରୁଥିବା ଲୋକଙ୍କ ବିରୁଦ୍ଧରେ କିଛି ବର୍ଷ ପରେ ଦୁର୍ନିତୀ ଗ୍ରସ୍ତ /ବାଟମାରଣା/କଳାବ୍ୟାପ।ର ଅଭିଯୋଗ ତାଙ୍କ ଉପରେ ଲାଗିଯାଏ। ବଲାଙ୍ଗିର ଜିଲ୍ଲାରେ ଚାଉଳ ହେଉ କି କିରୋସିନି ବାଟମାରଣା ଅଭିଯୋଗ ତଥା ହେରଫେର ଅଭିଯୋଗରେ ମାମଲା ରୁଜୁ ମଧ୍ୟ ହେଇଛି। ପୋଲିସ ତଦନ୍ତ କରି କିଛି ଏଜେଣ୍ଟ ଜେଲ ମଧ୍ୟ ଯାଇଛନ୍ତି କିନ୍ତୁ ସେମାନେ ଆଜି ବି ସେହି ଜିନିଷ ଯୋଗାଣ ତଥା ଆଗରୁ ଅଧିକ ସ୍ଥାନରେ ତାଙ୍କର ଯୋଗାଣ କରୁଥିବା ଦେଖିବାକୁ ମିଳିଛି । ନିଜ ନାଆଁ ରେ ନ କରି ଅନ୍ୟ ଲୋକଙ୍କ ନାଁ, ଏସ ଏଚ ଜି ଗ୍ରୁପ, ନିଜ କର୍ମଚାରୀ, ପରିବାର ବନ୍ଧୁ ବାନ୍ଧବ ମାନଙ୍କ ନାଁରେ ମଧ୍ୟ କାମ ପାଉଥିବା ଅଭିଯୋଗ ଉଠୁଛି ।

ଏଠାରେ ପ୍ରଶ୍ନ ଉଠେ ଯେ ଯେଉଁମାନେ ଆଗରୁ କଳା ବ୍ୟାପାର ତଥା ଅସାଧୁ ଉପାୟରେ ଲୋକଙ୍କ ହକକୁ ଛଡ଼ାଇ ନିଜର ଆର୍ଥିକ ସ୍ଥିତି ସୁଦୃଢ଼ କରୁଛନ୍ତି, ବିଭାଗୀୟ ଅଧିକାରୀ କଣ ଜାଣି ନାହାନ୍ତି ? ତାଙ୍କର କଣ ପିଶୀ ନାହିଁ ? ସମସ୍ତ ଯୋଗାଣକାରୀ ଏଜେଣ୍ଟ କିଏ ନା କିଏ କେଉଁ ଦଳର ନେତାଙ୍କ ଅତି ନିକଟତର ଥିବା ଦେଖିବାକୁ ମିଳୁଛି , ବିନା ରାଜନୈତିକ ଛତ୍ରଛାୟା ତଳେ ଏହିପରି ସରକାରୀ ଜିନିଷର ବାଟମାରଣା ଅସମ୍ଭବ ? ଯେ କୌଣସି ସରକାରୀ ହେଉ କି ଦଳୀୟ କାର୍ଯ୍ୟକ୍ରମ ହେଉ ଏହି ଏଯେଣ୍ଟ ମାନେ ହିଁ ସେମାନଙ୍କ ସମସ୍ତ ବ୍ୟବସ୍ଥା ଯେମିତିକି ଗାଡ଼ି, ଖାଇବା, ରହିବା ବ୍ୟବସ୍ଥା ଇତ୍ୟାଦି କରିଥାନ୍ତି ।

ଏହା ସମସ୍ତେ ଜାଣନ୍ତି ସେଥିପାଇଁ ଯେତେ କଳା ବ୍ୟାପାର କଲେ ମଧ୍ୟ ଖାଲି ନାମକୁ ମାତ୍ର ତଦନ୍ତ ହୁଏ, ତାପରେ ପୁଣି କାଗଜପତ୍ର ଠିକ୍ ହୋଇ ପୁଣି ବ୍ୟାପାର ଚାଲେ, ଯଦି କାଗଜପତ୍ରରେ ସବୁ ଠିକ୍ ତାହାଲେ ଧରା ପଡିଥିବା ଗାଡ଼ି ଏବଂ ଜିନିଷ ଆସୁଛି କୁଆଡୁ ? ଭୁଲ ଥାଇ ମଧ୍ୟ ସେହି ଘଟଣାକୁ ଠିକ୍ କରି ଦିଆ ଯାଉଚି। ଯେତିକି ଏହି ଯୋଗାଣ ବ୍ୟବସ୍ଥାରେ ଠିକାଦାର, ଏଯେଣ୍ଟ, ହୋଲସେଲର ,ଡିଲର ଅଛନ୍ତି ସେମାନଙ୍କ ପୂର୍ବ ଇତିହାସ , ରୋଜଗାରର ମାଧ୍ୟମ, ସ୍ଥିତି ପରଖିବା ସହ ଆଜିର ସ୍ଥିତିରେ କିପରି ପହଞ୍ଚିଲେ ଯଦି ସିବିଆଇ ତଦନ୍ତ କରିବ ତାହେଲେ କେତେ ସରକାରୀ ପଦାଧିକାରୀ, ଅଫିସର, ମନ୍ତ୍ରୀ, ନେତାଙ୍କ ମୁଖା ଖୋଲିବ ତାହା କଳନା କରି ହେବନାହିଁ। ଏଣୁ ସରକାର ଏ ଦିଗରେ ଏହିପରି ଅସାଧୁ କଲବ୍ୟାପରୀଙ୍କ ଉପରେ ଯଦି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତେ ତାହାଲେ ଗରିବଙ୍କ ହକ ବାଟମାରଣା ରୋକା ଯାଇ ପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.