-ଆକ୍ରୋଶମୁଳକ ଭାବେ କାଟିଦେଲେ ମମତା ଯୋଜନାରୁ ନାମ
-ମହିଳା ଅଧିକାରିଣୀ ହୋଇ ମହିଳା ଅଙ୍ଗନବାଡି କର୍ମୀଙ୍କୁ ମାନସିକ ନିର୍ଯ୍ୟାତନା ଓ ଧମକ
ମାହାଙ୍ଗା : ମାହାଙ୍ଗା ସିଡିପିଓଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ଗର୍ଭବତୀ ଅଙ୍ଗନବାଡି କର୍ମୀ ଓ ଗର୍ଭବତୀ ମହିଳା । ଏଭଳି ଏକ ସଙ୍ଗୀନ ଅଭିଯୋଗ ଆସିଛି କଟକ ଜିଲ୍ଲା ମାହାଙ୍ଗା ସିଡିପିଓ ପ୍ରମୋଦିନି ଦାଶଙ୍କ ନାମରେ । ବିଭିନ୍ନ ସମୟରେ ଅଧିନସ୍ତ ତଳିଆ କର୍ମଚାରୀମାନଙ୍କୁ ଦୁର୍ବ୍ୟବହାର କରିଆସୁଥିବା ଶୁଣିବାକୁ ମିଳୁଥିବା ବେଳେ ଏବେ କିନ୍ତୁ ସେ ନିଜର ମାନବିକତା ହରାଇ ନିଜର ପଦ ପଦବୀର ଅପବ୍ୟବହାର କରୁଥିବା ଘଟଣା ସାମ୍ନାକୁ ଆସିଛି । ମାହାଙ୍ଗା ବ୍ଲକ ଶୁଖୁଆପଡା ଗ୍ରାମର ଜୟଦେବ ବେହେରାଙ୍କ ପତ୍ନୀ ତଥା ଗର୍ଭବତୀ ମହିଳା କୁନି ଦାସ ମମତା ଯୋଜନାରୁ ଆକ୍ରୋଶମୁଳକ ଭାବେ କାଟିଦିଆଯାଇଚି । କୁନି ଦାସ ମମତା ସହାୟତା ପାଇବା ପାଇଁ ଗତ ୦୬/୦୪/୨୧ ତାରିଖରେ ଶୁଖୁଆପଡା ଅଙ୍ଗନବାଡି କର୍ମୀ ସସ୍ମିତା ନାୟକଙ୍କ ନିକଟରେ ନାମ ପଞ୍ଜିକରଣ କରିଥିଲେ । ଏହାପରେ ତାଙ୍କୁ ମମତା କାର୍ଡ ଯୋଗାଇଦିଆଯିବା ସହ ନିୟମ ଅନୁଯାଇ ପ୍ରଥମ ଓ ଦ୍ୱିତୀୟ ପାନ ଟିଟି ଟୀକା ଏଏନଏମ ଓ ଆଶା କର୍ମୀଙ୍କ ଉପସ୍ତିତିରେ ଦିଆଯାଇଥିଲା । ନାମ ପଂଜିକୃତ ପରେ ଉକ୍ତ ଗର୍ଭବତୀ ମହିଳାଙ୍କ ଅଣ୍ଡା ଛତୁଆ ଓ ବାଦାମ ମଞ୍ଜି ଆସିଥିଲା, କିନ୍ତୁ ହଠାତ କୁନି ଦାସଙ୍କୁ କୌଣସି ପ୍ରକାର ସହାୟତା ନ ଦେବାକୁ ମାହାଙ୍ଗା ସିଡିପିଓ ପ୍ରମୋଦିନୀ ଦାଶ ଅଙ୍ଗନବାଡି କର୍ମୀ ସସ୍ମିତା ନାୟକଙ୍କୁ ନିର୍ଦେଶ ଦେବାସହ ତାଙ୍କୁ ଗତ ମାସ ସତର ତାରିଖରେ ମୋବାଇଲ ଦେବା ପାଇଁ ମାହାଙ୍ଗା ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟକୁ ଡକାଇ କୁନି ଦାଶଙ୍କ ନାମ କାଟିବାକୁ ବାଧ୍ୟ କରିବା ସହ ଗର୍ଭବତୀ ତାଲିକାରୁ ନା କୁ କାଟିଦେଇ ମାନସିକ ନିର୍ଯ୍ୟାତନା ଓ ଧମକ ଦେଇଥିଲେ । ଅଙ୍ଗନବାଡି କର୍ମୀ ଜଣକ ୭ ମାସ ଗର୍ଭବତୀ ଥିବାବେଳେ ତାଙ୍କୁ ଅଯଥାରେ ଅଫିସ ଡକାଇ ଭୋକ ଉପାସରେ ସକାଳ ୧୦ ଟାରୁ ଅପରାହ୍ନ ୫ଟା ଯାଏ ଅଟକାଇ ନାନା ପ୍ରକାର କଥା କହି ମାନସିକ ସ୍ତରରେ ନିର୍ଯ୍ୟାତନା ଦେଇଥିବା ଓ ଏବେ ଖାଦ୍ୟ ପାଇନଥିବା ଗର୍ଭବତୀ ମହିଳା ଗାଁ ରେ ରହୁନଥିବା ନେଇ ମିଛ ଅଣ୍ଡରଟେକିଂ ଦେବାକୁ ସମ୍ପୃକ୍ତ ଅଙ୍ଗନବାଡି କର୍ମୀଙ୍କୁ ବାଧ୍ୟ କରାଯାଉଥିବା ନେଇ ସିଡିପିଓ ପ୍ରମୋଦିନୀ ଦାଶଙ୍କ ନାମରେ ଅଭିଯୋଗ କରିଛନ୍ତି ।
ଅପରପକ୍ଷରେ ମମତା ସହାୟତା ରୁ ବଂଚିତ ହୋଇଥିବା ମହିଳା ରାଜ୍ୟ ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳଙ୍କୁ ଡାକ ଯୋଗେ ଅଭିଯୋଗ ପଠାଇବା ସହ ଏହି ଘଟଣାର ଏକ ଉଚସ୍ତରିୟ ତଦନ୍ତ କରି ସମ୍ପୃକ୍ତ ସିଡିପିଓଙ୍କ ବିରୁଦ୍ଧରେ ଦୃଢ଼ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗର୍ଭବତୀ ମହିଳା ଓ ତାଙ୍କ ସ୍ୱାମୀ ସରକାରଙ୍କ ନିକଟରେ ଦାବି କରିଛନ୍ତି । ଅନ୍ୟପଟରେ ଗର୍ଭବତୀ ଅଙ୍ଗନବାଡି ମକର୍ମୀଙ୍କ ପେଟରେ ବଢୁଥିବା ପିଲାର ଯଦି କୌଣସି କ୍ଷତିହୁଏ ତେବେ ମାହାଙ୍ଗା ସିଡିପିଓ ଦାୟୀ ରହିବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ତେବେ ମାହାଙ୍ଗା ସିଡିପିଓ କାର୍ଯ୍ୟରେ ଯୋଗଦେବା ଦିନଠାରୁ ଏଭଳି ଦୁର୍ବ୍ୟବହାର କରୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।
ଏ ସମ୍ପକରେ ଦାୟିତ୍ୱରେ ଥିବା ସୁପରଭାଇଜରଙ୍କୁ ଯୋଗାଯୋଗ କରିବାରୁ ସେ ମହିଳା ବାହାରେ ରହୁଥିଲେ ସେଥିପାଇଁ ନା କଟାଯାଇଛି, ମମତା କାର୍ଡ କେମିତି ହେଲା ହେଲଥ ବିଭାଗକୁ ଯାଇ ପଚାର ବୋଲି ଓଲଟା କହିଛନ୍ତି ।
ନିୟମ ଅନୁଯାଇ ଅଙ୍ଗନବାଡି କର୍ମୀ ଯାଞ୍ଚ କରି ମହିଳା ସୁପରଭାଇଜରକୁ ସମସ୍ତ ତଥ୍ୟ ପ୍ରମାଣ ଦେବା ପରେ ମମତା ଯୋଜନାରେ ନାମ ଚଢେ । ଏଠି ସୁପର ଭାଇଜର କେତେ ସତ କହୁଛନ୍ତି ତାହା ତଦନ୍ତ ହେବା ଦରକାର । ଖାଲି ଏତିକି ନୁହେଁ ସିଡିପିଓ ଶ୍ରୀମତୀ ଦାଶ ମଧ୍ୟ ନିଜ ଉପରୁ ଦୋଷ ଛଡ଼ାଇବା ପାଇଁ ମନଗଢା କାହାଣୀ କହୁଛନ୍ତି ।
ଏଠାରେ ପ୍ରଶ୍ନ ଉଠୁଚି ଯଦି ମହିଳା ଜଣକ ତାଙ୍କ ଗାଁ ରେ ନ ରହୁଥିବା ଜଣାପଡିଥିଲା ତେବେ ସେ ଯେଉଁ ଗାଁ ରେ ରହୁଥିଲେ ସେଠାରେ ତାଙ୍କୁ ସବୁ ସୁଯୋଗ ଯୋଗାଇଦେବାକୁ ସେଠାକାର ଅଙ୍ଗନବାଡି କର୍ମୀଙ୍କୁ ଆଜିଯାଏ କାହିଁକି ନିର୍ଦେଶ ଦେଲେନାଇଁ । ଅଙ୍ଗନବାଡି କର୍ମୀଙ୍କ ବୟାନ ସିଡିପିଓ ନା କାଟିବା ପରେ ଲେଖିକି ଦେବାକୁ କାହା ଚାପରେ ଏଭଳି ଧମକ ଦେଇ ଏଭଳି ବେନିୟମ କାର୍ଯ୍ୟ କରିଛନ୍ତି, ତାହାର ଏକ ଉଚସ୍ତରିୟ ତଦନ୍ତ ନିମନ୍ତେ ମୁଖ୍ୟମନ୍ତ୍ରୀ ଓ ମହିଳା ଶିଶୁ କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବୀ ହୋଇଛି ।