ସିଂହଦ୍ୱାରରେ ଲାଗିଲା ତିନି ରଥ

161

-ଆଜି ରାତି ୮ରୁ ପୁରୀରେ ୪୮ ଘଂଟିଆ କର୍ଫ୍ୟୁ

ପୁରୀ : ଆସନ୍ତାକାଲି ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । କୋଭିଡ଼୍ କଟକଣା କାରଣରୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବାକୁ ଯାଉଛି ରଥଯାତ୍ରା । ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ସାମ୍ନାରେ ଲାଗିଛି ତିନି ରଥ । ରଥଯାତ୍ରାରେ ଅଂଶଗ୍ରହଣକାରୀ ସେବାୟତ ଓ ନିର୍ଦ୍ଦିଷ୍ଟ ସଂଖ୍ୟକ ପୋଲିସ କର୍ମଚାରୀ ଓ ଅଧିକାରୀ ମାନେ ଏଥିରେ ସାମିଲ୍ ହେବେ ।

ଅନ୍ୟପକ୍ଷରେ ଆଜି ରାତି ୮ଟା ଠାରୁ ପୁରୀରେ ଲାଗୁ ହେବ ୪୮ ଘଂଟିଆ କର୍ଫ୍ୟୁ । ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଜରୁରୀ ସେବା ପାଇଁ ପ୍ରଶାସନ ପକ୍ଷରୁ ହେଲ୍ପ ଲାଇନ୍ ନମ୍ବର ଜାରୀ କରାଯାଇଛି । ଏଥିପାଇଁ କୌଣସି ଜରୁରୀ ସେବା ପାଇଁ ଲୋକେ ୧୮୦୦- ୩୪୫୭୪୯୫ ନମ୍ବରରେ କଲ୍ କରିପାରିବେ ।

Leave A Reply

Your email address will not be published.