ଗୋଷ୍ଠୀ ସଂଘର୍ଷ : ଦୁଇ ମୃତ, ୭ ଆହତ

183

ଜୟପୁର : କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଦୁମ୍ବାଗୁଡ଼ା ପଚାଂୟତ ହାତୀମୁଣ୍ଡା ଗ୍ରାମରେ ଜମିଜମା ବିବାଦକୁ କେନ୍ଦ୍ର କରି ଗତକାଲି ରାତିରେ ସଂଗଠିତ ଗୋଷ୍ଠୀ ସଂଘର୍ଷରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ଦୁଇ ପରିବାର ମଧ୍ୟରେ ବଚସାରୁ ହୋଇଥିଲା ସଙ୍ଘର୍ଷ । ମୃତକ ଦ୍ୱୟ ହେଲେ ଧନପତି ଜାନୀ (୩୫) ଓ ସହଦେବ ଜାନୀ (୪୫) । ଆହତ ମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ତନ୍ମଧ୍ୟରୁ ଗୁରୁତର ଦୁଇ ଜଣଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତି କରାଯାଇଛି । ଖବର ପାଇ କୋରାପୁଟ ଡିଏସପି ନିରଞ୍ଜନ ବେହେରା ଘଟଣାସ୍ଥଳରେ ପହଂଚି ତଦନ୍ତ କରି ଫେରିଛନ୍ତି ।

Leave A Reply

Your email address will not be published.