ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ଲକଡାଉନ ଉପରେ ନିଷ୍ପତି ନେବେ’ – ବିଜୟ ମହାପାତ୍ର

157

ଭୁବନେଶ୍ୱର : ଆଉ ମାତ୍ର ଦୁଇ ଦିନ ପରେ ରାଜ୍ୟ ସରକାର ଲାଗୁ କରିିଥିବା ଲକ୍ଡାଉନ୍ ଅବଧି ଶେଷ ହେଉଥିବାରୁ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ଲକଡାଉନ ଉପରେ ନିଷ୍ପତି ନେବେ ବୋଲି କହିଛନ୍ତି ପରିବାର ଓ ସ୍ୱାସ୍ଥ୍ୟ କଲ୍ୟାଣ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ – ରାଜ୍ୟରେ କରୋନା ସଂକ୍ରମଣ କମୁଛି, ମାତ୍ର ଆମେ ସ୍ଥିତି ଉପରେ ନଜର ରଖୁଛୁ । ପଡୋଶୀ ଛତିଶଗଡ଼ରେ ସଂକ୍ରମଣ କିଛିଟା ବଢ଼ିଛି । ତେଣୁ ନୂଆପଡ଼ା ଉପରେ ଆମେ ନଜର ରଖିଛୁ । ଆମକୁ ସଜାଗ ରହିବାକୁ ପଡିବ । ସରକାର ସବୁ କଥା ଦେଖି ୧୬ ତାରିଖରେ ସରୁଥିବା ଲକଡାଉନ ଉପରେ ନିଷ୍ପତି ନେବେ ।

ଅନ୍ୟ ପକ୍ଷରେ ଡିଏମଏଟିର ଡାକ୍ତର ସି ବି କେ ମହାନ୍ତି ମଧ୍ୟ କରୋନାକୁ ନେଇ ମତ ରଖିଛନ୍ତିା ସେ କହିଛନ୍ତି ଯେ -କେନ୍ଦ୍ର ସରକାରଙ୍କ ଅନୁସାରେ ବର୍ତମାନ ବ୍ରିଟେନ, ରୁଷିଆ, ବାଂଲାଦେଶ, ଇଣ୍ଡୋନେସିଆରେ ତୃତୀୟ ଲହର ଚାଲିଛି । ମାତ୍ର ଭାରତରେ ଏଯାଏ ତୃତୀୟ ଲହର ଆସିନି । ତୃତୀୟ ଓ ଚତୁର୍ଥ ଲହର ଆସିପାରେ । ହେଲେ ବର୍ତମାନ ଓଡ଼ିଶାରେ ସଂକ୍ରମଣ ତଳମୁହାଁ ଅଛି । ୧୬ ପରେ ପରିସ୍ଥିତି ଦେଖି ଅନଲକ କରାଯିବ ।

Leave A Reply

Your email address will not be published.