ଅପହୃତା ନାବାଳିକା ଉଦ୍ଧାର, ଅପହରଣକାରୀ ଯୁବକ ଗିରଫ

150

ଖୋର୍ଦ୍ଧା : ନାବାଳିକାଙ୍କୁ ଫେସବୁକ ଜରିଆରେ ଜନୈକ ଯୁବକ ପ୍ରେମରେ ଫସାଇଥିଲା । ତାପରେ ବିଭିନ୍ନ ପ୍ରଲୋଭନ ଦେଖାଇ ନାବାଳିକାଜଣଙ୍କୁ ଯୁବକଜଣଙ୍କ ଅପହରଣ କରି ନେଇଯାଇଥିଲା । ଅଭିଯୋଗ ପରେ ସମ୍ପୃକ୍ତ ଯୁବକ ପୋଲିସ ହାତରେ ଧରା ପଡି ବନ୍ଧା ହୋଇଛନ୍ତି । ଏପରି ଏକ ଘଟଣା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନା ଅଂଚଳରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁଯାୟୀ, ବାଣପୁର ଅଂଚଳର ଜଣେ ନାବାଳିକାଙ୍କ ସହ ଫେସବୁକ ଜରିଆରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ଜଗା ଜେନା (୨୨) ନାମକ ଯୁବକଙ୍କ ସହ ସମ୍ପର୍କ ଗଢିଉଠିଥିଲା । ପରବର୍ତୀ ସମୟରେ ଜଗା ଜନୈକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବିଭିନ୍ନ ପ୍ରଲୋଭନ ଦେଖାଇ ଗତ ୮ ତାରିଖ ଦିନ ବାଲୁଗାଁ ଓଭରବ୍ରିଜ ନିକଟକୁ ଦେଖା ହେବା ଉଦ୍ଦେଶ୍ୟରେ ଡାକିଥିଲା ।

ତେବେ ନାବାଳିକା ଜଣକ ଜଗାକୁ ଦେଖା ହେବା ପାଇଁ ବାଲୁଗାଁ ଓଭରବ୍ରିଜ ନିକଟରେ ପହଂଚିଥିଲେ । ହେଲେ ଅଭିଯୁକ୍ତ ଜଣଙ୍କ ନାବାଳିକାଙ୍କୁ ଜବରଦସ୍ତି ଅପହରଣ କରି ଜଳେଶ୍ୱର ନେଇଯାଇଥିଲେ । ଏ ବିଷୟ ଜାଣିଲାପରେ ନାବାଳିକାଙ୍କ ଘର ଲୋକ ୯ ତାରିଖ ଦିନ ବାଣପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାକୁ ଗୁରୁତର ସହ ନେଇ ବାଣପୁର ପୋଲିସ ତଦନ୍ତ ଜାରିରଖିଥିଲା । ତେବେ ଗତ କାଲି ବାଲୁଗାଁ ଏସଡ଼ିପିଓ ଏବଂ ବାଣପୁର ଆଇଆଇସିଙ୍କ ତତ୍ୱାବଧାନରେ ଏସଆଇ ରାଜକିଶୋର ବେହେରାଙ୍କ ନେତୃତ୍ୱରେ ଏକ ଟିମ ସୁଦୂର ଜଳେଶ୍ୱର ଗସ୍ତ କରିଥିଲେ । ସେଠାରେ ଚତୁରତାର ସହ ଜାଗାଙ୍କୁ କାବୁ କରି ତାଙ୍କ ନିକଟରୁ ଅପହୃତା ନାବାଳିକାଙ୍କୁ ଉଦ୍ଧାର କରିଥିଲେ ।

ତେବେ ଉଭୟଙ୍କୁ ବାଣପୁର ଥାନା ଅଣାଯିବା ପରେ ଗତକାଲି ରାତିରେ ଉଭୟଙ୍କ ଡାକ୍ତରୀମାଇନା କରାଯିବା ସହ ଆଜି ଅଭିଯୁକ୍ତ ଜଗାଙ୍କ ବିରୋଧରେ ବାଣପୁର ଥାନାରେ ପୋକସୋ ଆଇନ ଅନୁଯାୟୀ କେସ ନମ୍ବର ୨୩୯/୨୧ ରେ ଏକ ମାମଲା ରୁଜ୍ଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ମିଳିଛି ।

Leave A Reply

Your email address will not be published.