ସିଲୁଆଁ ଗ୍ରାମପଞ୍ଚାୟତବାସି ବିଭିନ୍ନ ଦୁର୍ନିତୀ ଅଭିଯୋଗ ନେଇ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

175

ଟିଟିଲାଗଡ଼ : ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସିଲୁଆଁ ଗ୍ରାମପଞ୍ଚାୟତ ବାସିନ୍ଦା ମାନେ ସମାଜସେବୀ ଜଗତରାମ ରଣ।ଙ୍କ ସଭାପତିତ୍ବରେ ଆଜି ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନଙ୍କୁ ଭେଟି ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ଯୋଜନାରେ ଶ୍ରମିକ କାମ ନ କରି ଅନ୍ୟ ଲୋକଙ୍କ ନାଁରେ ଅର୍ଥ ଉଠାଣ, ମିଥ୍ୟା ଜବକାର୍ଡ କରି ଅର୍ଥ ଉଠାଣ ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନିର୍ମାଣ କରି ଚାରି ବର୍ଷ ବିତିଯାଇଥିଲେ ହେଁ ଶ୍ରମିକ ପାଉଣ। ପାଇ ନ ଥିବା ଭଳି ଗୁରୁତର ଅଭିଯୋଗ କରିଛନ୍ତି । ଉପଜିଲ୍ଲାପାଳ ସବୁ ଶୁଣି ତିନି ଦିନ ଭିତରେ ତଦନ୍ତ କରିବାକୁ କହିଛନ୍ତି । ଏହି ଅଭିଯୋଗ କରିବା ପାଇଁ ଗ୍ରାମର ସୁଜନ ରଣା, ରମାକାନ୍ତ ରଣା, ପୁରୁସୋତ୍ତାମ ରଣା, ଖିରମତି ପୋଢ଼ ଏବଂ ଅନ୍ୟାନ୍ୟ ହିତାଧିକାରୀ ଆସି ଗୁହାରି କରିଛନ୍ତି ।

Leave A Reply

Your email address will not be published.