ରାଜ୍ୟରେ କରୋନାରେ ଆଉ ୬୬ ଜଣଙ୍କର ମୃତ୍ୟୁ

154

-ମୋଟ ମୃତ୍ୟୁ ସଂଖ୍ୟା ୬୩୦୨ ହେଲା

ଭୁବନେଶ୍ୱର : ରାଜ୍ୟରେ କରୋନାରେ ଆଉ ୬୬ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ଏହା ସହ ରାଜ୍ୟରେ କରୋନା କାରଣରୁ ମୃତ୍ୟୁ ସଂଖ୍ୟା ବଢି ୬୩୦୨ ହୋଇ ଯାଇଛି ।

ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ଖୋର୍ଧା ଜିଲ୍ଲାରେ ସବୁଠାରୁ ଅଧିକ ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୧୭ ଜଣ ଭୁବନେଶ୍ୱରର ରହିଛନ୍ତି । ସେହିପର କଟକ ଜିଲ୍ଲାରେ ୧୧ ଜଣ ଓ ଗଂଜାମ ଜିଲ୍ଲାରେ ୧୦ ଜଣଙ୍କର ମୃତ୍ୟୁ ଘଟିଛିା ବାଲେଶ୍ୱର ଜିଲ୍ଲାରେ୬ ଜଣଙ୍କ ମୃତ୍ୟୁ ଘଟିଛି ।

ଅନୁଗୁଳ ଜିଲ୍ଲାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । କେନ୍ଦୁଝର ଜିଲ୍ଲାରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଇଲାଙ୍ଗୀର, ମୟୁରଭଂଜ ଓ ପୁରୀ ଜିଲ୍ଲାରେ ୨-୨ ଜଣ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି ।

ଭଦ୍ରକ,ଝାରସୁଗୁଡା, କନ୍ଧମାଳ, କେନ୍ଦୁଝର, ନୟାଗଡ, ନୂଆପଡା, ରାୟଗଡା ଓ ସମ୍ବଲପୁର ଜିଲ୍ଲାରେ ଜଣେ ଲେଖାଏଁ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ସୂଚନା ଦିଆ ଯାଇଛି ।

ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ଯେ ପ୍ରତ୍ୟେକ ଦିନ ଆସୁଥିବା ମୃତ୍ୟୁ ସଂଖ୍ୟା ସେହି ନିର୍ଦିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ କରା ଯାଇ ମୃତ୍ୟୁ ସଂଖ୍ୟା ଘୋଷଣା କରା ଯାଉଥିବା ବିଭାଗ ପକ୍ଷରୁ କୁହା ଯାଇଛି ।

Leave A Reply

Your email address will not be published.