ବୋରିଗୁମ୍ମା : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁମୁଲି ପଂଚାୟତ ମଙ୍ଗଳବାର ଦିନ ଅପରାହ୍ନରେ କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅଖତର ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଥିବା ଟୁଇଟ ଯୋଗେ ଜଣାଇଛନ୍ତି । ଜିଲ୍ଲାପାଳ ପ୍ରଥମେ କୁମୁଲି ପଂଚାୟତ ଅଫିସରେ ପହଞ୍ଚି ପଂଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ପରେ ପଂଚାୟତର ବିଭିନ୍ନ ଅସୁବିଧା ବିଷୟରେ ପଚାରି ବୁଝିଥିଲେ ।ପରେ ପରେ କୁମୁଲି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ସେଠାରେ ଚାଲିଥିବା ଇ ଲାଇବ୍ରେରୀ, ସ୍ମାର୍ଟ କ୍ଳାସରୁମ, ସାଇନ୍ସ ପାର୍କ, ଛାତ୍ରଛାତ୍ରୀଙ୍କ ପାଇଁ ନିର୍ମାଣ ଧୀନ ଖାଇବା ଗୃହ ଏବଂ ଖେଳ ପଡିଆ ବୁଲି ଦେଖିଥିଲେ । ପଂଚାୟତରେ ଚାଲିଥିବା ମିଶନ ଶକ୍ତି ବଜାର ଗୃହ ଏବଂ ଗ୍ରାମୀଣ ଶିଳ୍ପ ଅଞ୍ଚଳ ପ୍ରକଳ୍ପର କାର୍ଯ୍ୟ ସମୀକ୍ଷା କରିଥିଲେ । ଜିଲାପାଳଙ୍କ ଗ୍ରସ୍ତ ସମୟରେ ବୋରିଗୁମ୍ମା ବିଡିଓ ପ୍ରଣୟ ରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି, କୁମୁଲି ପିଇଓ ମାଧବ ବାଙ୍କିଆ, କୁମୁଲି ସରପଞ୍ଚ କମୁଳୁ ଯାନୀ, କୁମୁଲି ସରକାରୀ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ବୃନ୍ଦ ଏବଂ ଗ୍ରାମବାସୀ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post