କେହି ଶୁଣିଲେଣି, ରାସ୍ତା ତିଆରି କରୁଛନ୍ତି ଦିବ୍ୟାଙ୍ଗ ଧନଞ୍ଜୟ

188

ନୂଆପଡା : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଖର୍ସେଲ ଗ୍ରାମପଞ୍ଚାୟତର ସାଲେବିରଡି -ଡ଼ଙ୍ଗରିଗୁଡା ରାସ୍ତା ମଝିରେ କାଦୁଅ ହୋଇ ଖରାପ ହୋଇଯାଇଥିବା ବେଳେ ମରାମତି କରିବାକୁ କେହି ଇଚ୍ଛା ନ କରିବାରୁ ଅଣ୍ଟା ଭିଡିଛନ୍ତି ଦିବ୍ୟାଙ୍ଗ ଧନଞ୍ଜୟ ସା । ତାଙ୍କ ଘର ଖର୍ସେଲ ଗ୍ରାମରେ । ଉକ୍ତ ରାସ୍ତା ଦେଇ ସେ ସବୁଦିନ ନିଜ ବିଲକୁ ଯାଆନ୍ତି । ଛୋଟ ବେଳୁ ତାଙ୍କର ଗୋଟିଏ ଗୋଡ଼ ନାହିଁ ଓ ତିନି ଚକିଆ ଗାଡ଼ିରେ ଯା” ଆସ କରନ୍ତି। କାଦୁଅ ଭର୍ତ୍ତି ରାସ୍ତାରେ ଗାଡ଼ି ଚଲାଇବା କଷ୍ଟକର ହୋଇପଡେ । ଏପରିକି ବାଇକ୍ ଆରୋହୀ ମାନେ ମଧ୍ୟ ଅସୁବିଧା ଭୋଗ କରନ୍ତି । ଏନେଇ ଧନଞ୍ଜୟ ବିଭିନ୍ନ ଲୋକଙ୍କୁ ରାସ୍ତା ମରାମତି କରିବାକୁ ନିଵେଦନ କଲେ ମଧ୍ୟ କେହି ଶୁଣିଲେ ନାହିଁ ।ଶେଷରେ ସେ କୋଦାଳ, ପାଛିଆ ଧରି ନିଜେ ରାସ୍ତା ମରାମତି କରିବାକୁ ଲାଗିଛନ୍ତି । ତାଙ୍କର ଏହି ଉଦ୍ୟମ ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟକ ନିଶ୍ଚୟ ।

Leave A Reply

Your email address will not be published.